ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜଣେ ପଥର ଖଣି ମାଫିଆକୁ କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ଗିରଫ କରିଛି। ତାଙ୍କ ନାଁ ନିତୁ ମାନସିଂହ।
କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ନିତୁ ମାନସିଂହଙ୍କୁ ଖୋର୍ଦ୍ଧା ପୁଲିସକୁ ହସ୍ତାନ୍ତର କରିଛି। ଅଟକ ନିତୁଙ୍କ ନାଁରେ ଏକାଧିକ ମାମଲା ରହିଛି। ତାଙ୍କ ନାଁରେ ଦୁଇଟି ଗୁଳିମାଡ଼ ସହ ବୋମାମାଡ଼ ମାମଲା ଥିବା ସୂଚନା ମିଳିଛି।
ଗତ ୨୯ ତାରିଖରେ ଖୋର୍ଦ୍ଧା ସହର ସ୍ଥିତ ଏଲ୍ଆଇସି ପଡ଼ିଆ ନିକଟରେ ଖଣି ଓ ଡ୍ରଗ୍ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଦୁର୍ବୃତ୍ତକୁ ଗିରଫ କରାଯାଇଥିଲା ବେଳେ ୩ରୁ ୪ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।