କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ୨ ବନ୍ଧୁକ ସ୍ମଗଲର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି। ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର […]

guns

guns

Niharika Rout
  • Published: Wednesday, 05 May 2021
  • Updated: 05 May 2021, 02:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ପଡ଼ିଛନ୍ତି ୨ ଜଣ ବନ୍ଧୁକ ସ୍ମଗଲର୍। ଭଦ୍ରକ ସହର ଉପକଣ୍ଠ ରାଣୀତାଲ ପାଖରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ କରୁଥିବାବେଳେ ଏହି ୨ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଗୁଳି ଜବତ ହୋଇଛି।

ଗିରଫ ଦୁଇ ଜଣକ ମଧ୍ୟରୁ ଜଣେ ବିହାରର ମୁଙ୍ଗେର ଜିଲ୍ଲାର ରବୀନ୍ଦ୍ର ପ୍ରସାଦ ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର ବିଶ୍ୱନାଥ ବିଶୋଇ। ଏମାନେ ବିହାର ଆଦି ଅଞ୍ଚଳରୁ ବନ୍ଧୁକ ଆଣି ଅପରାଧୀ ମାନଙ୍କୁ ଦେଉଥିଲେ।

ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଏପ୍ରିଲ ୯ ତାରିଖରେ ୮ ବନ୍ଧୁକ ସହ ଦୁଇ ଜଣ ବେପାରୀ ଗିରଫ ହୋଇଥିଲେ। ବର୍ଷକ ମଧ୍ୟରେ ୨୭ଟି ବନ୍ଧୁକ ଓ ୬୧ଟି ଗୁଳି ଜବତ କରିଛି ଏସ୍‌ଟିଏଫ୍‌।

ଅନ୍ୟପକ୍ଷରେ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ କଟୁରୀ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି। ଏମାନେ ୪ ମାସ ହେଲା ଦ୍ୱୈତନଗରୀରେ ଆତଙ୍କ ଖେଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos