ମୃତ୍ୟୁ ରହସ୍ୟ ଖୋଜିବା ପାଇଁ ଆଦିତ୍ୟ ଦାଶଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ତଥା ମାନବପ୍ରେମି ଆଦିତ୍ୟ ଦାଶମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଆଜି ଏକ ଟିମ୍‌ ଆଦିତ୍ୟ ପଳାସପଲ୍ଲୀ ସ୍ଥିତ ଭଡ଼ା ଘରକୁ ଯାଇଛି। ସେଠାରେ ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ପଚରାଉତରା କରିଛନ୍ତି। ଏପରିକି କ୍ରାଇମବ୍ରାଞ୍ଚ ଟିମ୍‌ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି। ଗତକାଲି କ୍ରାଇମବ୍ରାଞ୍ଚ ଏସ୍‌ପି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କୁ ପଚରାଉଚରା କରିଛନ୍ତି। ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଗତକାଲି […]

aditya-dash

Manoranjan Sial
  • Published: Friday, 31 July 2020
  • , Updated: 31 July 2020, 04:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ତଥା ମାନବପ୍ରେମି ଆଦିତ୍ୟ ଦାଶମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଆଜି ଏକ ଟିମ୍‌ ଆଦିତ୍ୟ ପଳାସପଲ୍ଲୀ ସ୍ଥିତ ଭଡ଼ା ଘରକୁ ଯାଇଛି। ସେଠାରେ ମୃତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ପଚରାଉତରା କରିଛନ୍ତି। ଏପରିକି କ୍ରାଇମବ୍ରାଞ୍ଚ ଟିମ୍‌ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି।

ଗତକାଲି କ୍ରାଇମବ୍ରାଞ୍ଚ ଏସ୍‌ପି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କୁ ପଚରାଉଚରା କରିଛନ୍ତି। ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ଗତକାଲି ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ।

ଗତ ୬ ତାରିଖ ସକାଳେ ଆଦିତ୍ୟା ଦାଶଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ଏହା ପରେ ଆର୍‌ପିଏଫ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିଲା। ତେବେ ମାନବପ୍ରେମିଙ୍କ ସଙ୍ଗଠନର କାର୍ଯ୍ୟକର୍ତ୍ତା ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ। ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ, ବିଦ୍ୟାଶ୍ରୀ, ବିଦ୍ୟାଶ୍ରୀଙ୍କ ପରିବାର ଓ ଘର ମାଲିକଙ୍କୁ ଜେରା କରିଥିଲା। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରୁନଥିଲା।

ଆର୍‌ପିଏଫ୍‌ର ତଦନ୍ତ ପ୍ରକ୍ରିୟାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସନ୍ଦେହ କରିଥିଲେ। ଏହି ମାମଲା କମିଶନରେଟ୍‌ ପୁଲିସ ତଦନ୍ତ କରୁ ବୋଲି ସେ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପତ୍ର ଲେଖିଥିଲେ। ଏହା ପରେ ଡିଜିପି ଅଭୟ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଆଜି ଆଦିତ୍ୟ ରହୁଥିବା ଭଡ଼ା ଘରେ ପହଞ୍ଚି ପତ୍ନୀ ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ପଚରାଉଚରା କରିଛି।

Related story