୫ ଦିନିକିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ ଆକାଶ ପାଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠକ ବାପ-ପୁଅଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରାଯାଇଥିଲା। ତେବେ କୋର୍ଟଙ୍କ ଅନୁମତି ମିଳିବା ପରେ ଆସନ୍ତାକାଲିଠାରୁ ଆକାଶ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ। ଏହି ୫ ଦିନିଆ ରିମାଣ୍ଡରେ ଆକାଶଠାରୁ ଆଉକିଛି ଠକେଇ ସମ୍ବନ୍ଧୀୟ ପଚରାଉଚୁରା କରିବା ସହ […]

akash pathak

Ranjit Kumar Jena
  • Published: Thursday, 10 December 2020
  • , Updated: 10 December 2020, 12:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠକ ବାପ-ପୁଅଙ୍କ ପାଇଁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରାଯାଇଥିଲା।

ତେବେ କୋର୍ଟଙ୍କ ଅନୁମତି ମିଳିବା ପରେ ଆସନ୍ତାକାଲିଠାରୁ ଆକାଶ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବେ। ଏହି ୫ ଦିନିଆ ରିମାଣ୍ଡରେ ଆକାଶଠାରୁ ଆଉକିଛି ଠକେଇ ସମ୍ବନ୍ଧୀୟ ପଚରାଉଚୁରା କରିବା ସହ ଅଧିକ କିଛି ତଥ୍ୟ ପାଇବାକୁ ଆଶା ରଖିଛି କ୍ରାଇମବ୍ରାଞ୍ଚ।

ଏହା ପୂର୍ବରୁ SIT ଉଭୟ ବାପ-ପୁଅଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଛି। କଟକସ୍ଥିତ ଭିଜିଲାନ୍ସ ସେଲ୍‌ ଅଫିସ୍‌ରେ ୩ ଦିନ ଧରି SIT ଅଧିକାରୀମାନେ ଉଭୟଙ୍କୁ ଜେରା କରଛି SIT। ଏହି ତିନି ଦିନିଆ ରିମାଣ୍ଡରେ ବାପା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କ ନାଁରେ କୋଟି କୋଟି ଟଙ୍କା ଓ ବେନାମୀ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଅଭୟକାନ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଆହୁରି ଖୋଳତାଡ଼ ଜାରି ରଖିଛି।

Related story