ପ୍ରମାଣ ଦେବ ପୁଞ୍ଜିଲାଲଙ୍କ ଛେପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି। ଏହା ସହିତ ତାଙ୍କ ବିରୋଧରେ ପ୍ରମାଣ ଦୃଢ଼ କରିବାକୁ ମଧ୍ୟ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଏଥିପାଇଁ ତଦନ୍ତକାରୀ ଅଫିସରମାନେ କିଛି ଜିନିଷ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ତା’ ମଧ୍ୟରୁ ଗୋଟିଏ ହେଉଛି ବଲାଙ୍ଗିର ଏସ୍‌ପିଙ୍କ ନିକଟକୁ ଆସିଥିବା ଏକ ବେନାମୀ ଚିଠି। ଏହି ଚିଠି ପୁଞ୍ଜିଲାଲ ଲେଖିଥିବା କୁହାଯାଉଛି। ଏହି […]

punji

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 04:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି। ଏହା ସହିତ ତାଙ୍କ ବିରୋଧରେ ପ୍ରମାଣ ଦୃଢ଼ କରିବାକୁ ମଧ୍ୟ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଏଥିପାଇଁ ତଦନ୍ତକାରୀ ଅଫିସରମାନେ କିଛି ଜିନିଷ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ତା’ ମଧ୍ୟରୁ ଗୋଟିଏ ହେଉଛି ବଲାଙ୍ଗିର ଏସ୍‌ପିଙ୍କ ନିକଟକୁ ଆସିଥିବା ଏକ ବେନାମୀ ଚିଠି। ଏହି ଚିଠି ପୁଞ୍ଜିଲାଲ ଲେଖିଥିବା କୁହାଯାଉଛି। ଏହି ଚିଠିରେ ପୋଲିସ୍ ତଦନ୍ତ ବେଳେ ଯେଉଁ ତଥ୍ୟ ପାଇଥିଲା ତାହା ଭୁଲ୍ ଓ ହତ୍ୟାର କାରଣ ମଧ୍ୟ ଅଲଗା କିଛି ହୋଇପାରେ ବୋଲି ଲେଖାଯାଇଥିଲା। ଏହି ଚିଠିକୁ ଆଧାର କରି କ୍ରାଇମବ୍ରାଞ୍ଚ  ପୁଞ୍ଜିଲାଲଙ୍କ ନିକଟରେ ପହଞ୍ଚିଥିଲା। ଏହି ଚିଠିକୁ ଏକ ଖାମ୍‌ରେ ବନ୍ଦ କରି ଏସ୍‌ପିଙ୍କ ପାଖକୁ ପଠାଯାଇଥିଲା। ଏହି ଖାମ୍‌କୁ ଛେପ ଦେଇ ବନ୍ଦ କରାଯାଇଥିବା କ୍ରାଇମବ୍ରାଞ୍ଚ ଆଶଙ୍କା କରୁଛି। ଖାମ୍‌ରେ ଲାଗିଥିବା ଛେପ ପୁଞ୍ଜିଲାଲଙ୍କର କି ନୁହେଁ ତାହା ଜାଣିବା ପାଇଁ ଏହାର ଡିଏନ୍ଏ ଟେଷ୍ଟ କରାଯିବ। କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି।

ଚିଠିରେ ଥିବା ଫିଙ୍ଗର ପ୍ରିଣ୍ଟ କାହାର?

ବଲାଙ୍ଗିର ଏସ୍‌ପିଙ୍କୁ ଲେଖାଯାଇଥିବା ଚିଠିରେ କାହାର ଫିଙ୍ଗର ପ୍ରିଣ୍ଟ ରହିଛି ତାହା ବି ଜାଣିବାକୁ ପ୍ରୟାସ କରୁଛି କ୍ରାଇମବ୍ରାଞ୍ଚ। ଚିଠିରେ ଥିବା ଫିଙ୍ଗରପ୍ରିଣ୍ଟ ପୁଞ୍ଜିଲାଲଙ୍କର କି ନୁହେଁ ତାହା ଜାଣିବା ପାଇଁ ଚିଠିଟିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍‌କୁ ପଠାଯିବ। ପୁଞ୍ଜିଲାଲ ଲାପ୍‌ଟପ୍‌ରେ ଏହି ଚିଠିଟି ନାହିଁ। ସେ ଏହାକୁ ଉଡ଼ାଇ ଦେଇଥିବା କୁହାଯାଉଛି। ଏହାକୁ ଲାପ୍‌ଟପ୍‌ରୁ ରିଟ୍ରାଇଭ କରିବା ପାଇଁ ମଧ୍ୟ ଉଦ୍ୟମ କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି।

ଯାଞ୍ଚ ପାଇଁ ଇସ୍ରାଏଲ ଯିବ କୋରିୟର ସଂସ୍ଥାର ସିସିଟିଭି

ଏକ କୋରିୟର ସଂସ୍ଥା ଜରିଆରେ ପାର୍ସଲ ବୋମା ପଠାଯାଇଥିଲା। ଏହି ସଂସ୍ଥାର ସିସିଟିଭକୁ ତଦନ୍ତକାରୀ ଦଳ ଜବତ କରିଛନ୍ତି। ଏଥିରେ ପୁଞ୍ଜିଲାଲଙ୍କ ଫଟୋ ଥିବା ଆଶଙ୍କା କରାଯାଉଛି। ତେଣୁ ଏହି ସିସିଟିଭି ଫୁଟେଜ୍‌ର ଅଧିକ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି। ଏଥିପାଇଁ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ ପାଇଁ ଇସ୍ରାଏଲର ଏକ ସଂସ୍ଥାକୁ ପଠାଯିବ।

ଏହି ଘଟଣାରେ ତଥ୍ୟ ଯୋଗାଡ କରିବାକୁ କ୍ରାଇମବ୍ରାଞ୍ଚ ଅତ୍ୟାଧୁନିକ ନିନ୍ ହାଇଡ୍ରିନ୍ ଟେକ୍ନୋଲୋଜିର ସହାୟତା ନେବ। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ଯାଞ୍ଚ ପାଇଁ ପଠାଇବାକୁ ତଦନ୍ତକାରୀ ଟିମ୍ ସ୍ଥିର କରିଛି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୩ ତାରିଖରେ ଏହି ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବ ବିବାହିତ ସୌମ୍ୟଶେଖରଙ୍କ ସହ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ପ୍ରାୟ ଏକମାସ ଏସ୍‌ସିବିରେ ଚିକିତ୍ସିତ ହେବା ପରେ ସେ ଏବେ ତାଙ୍କ ବାପାଙ୍କ ଘରେ ରହୁଛନ୍ତି।

ଭଇଁଷା କଲେଜ ଅଧ୍ୟକ୍ଷ ପଦକୁ ନେଇ ଅଭିଯୁକ୍ତ ପୁଞ୍ଜିଲାଲ ରଚିଥିଲେ ଏହି ଭୟଙ୍କର ଷଡ଼ଯନ୍ତ୍ର। ରାତି ରାତି ଅନିଦ୍ରା ହୋଇ ଘରେ ତିଆରି କରିଥିଲେ ବୋମା। ବୋମା ତିଆରି ଶିଖିବାକୁ ଇଣ୍ଟରନେଟ୍‌ର ସହାୟତା ନେଇଥିଲେ। ବୋମା ତିଆରି କରିବା ପରେ ଛଦ୍ମବେଶରେ ରାୟପୁର ଯାଇ ସେଠାରୁ ସୌମ୍ୟଶେଖରଙ୍କ ଘରକୁ କୋରିୟରରେ ବୋମାକୁ ଗିଫ୍ଟ ଆକାରରେ ପଠାଇଥିଲେ।

 

 

 

Related story