କୋର୍ଟ ଭିତରେ ଟଏଲଟ୍‌ ଯିବାକୁ ବାହାନା କରି ଖସିଗଲେ ହତ୍ୟା ଅଭିଯୁକ୍ତ

ଅନୁଗୁଳ(ଓଡିଶା ରିପୋର୍ଟର)ପୋଲିସ ହାତରୁ ଖସିଗଲା ଝାଡୁ। ମଣିଷ ମରା ଅପରାଧରେ ଅଭିଯୁକ୍ତ ଥିଲେ। ହେଲେ କୋର୍ଟ ଦଣ୍ଡ ଶୁଣାଇବା ଆଗରୁ ଖସି ପଳାଇଲେ ଏହି ଦୁର୍ଦ୍ଦାନ୍ତ ଅପରାଧୀ। ସେ ପୁଣି ପୋଲିସ ହେପାଜତରେ ଥାଇ  କୋର୍ଟ ପରିସରରୁ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଚାରି ଚାରିଟି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ ଅଭିଯୁକ୍ତ ଝସକେତନ ରାଉତ ଓରଫ୍ ଝାଡ଼ୁ। ଆଜି ତାଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଟଏଲେଟ ଯିବାର ବାହାନା ଦେଖାଇ ପୋଲିସ ହାତରୁ ସେ ଚମ୍ପଟ ମାରିଛନ୍ତି।  ଘଟଣାକୁ ୮ ଘଣ୍ଟା ବିତିଯାଇଥିଲେ ବି, ଏଯାଏଁ ତାକୁ ପୋଲିସ ତାଙ୍କୁ ଧରିପାରିନାହିଁ । ଏଣେ ଏହି ଘଟଣାରେ ୨ ହାବିଲଦାର ଓ ଜଣେ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି।

ସକାଳ ପ୍ରାୟ ୧୦ଟା ବେଳେ କୁଶ୍କୀଳା ଡବଲ ମର୍ଡର ମାମଲାରେ ତାକୁ ଜିଲ୍ଲା କୋର୍ଟରେ ହାଜର କରିଥିଲା ପୋଲିସ। ସାଙ୍ଗରେ ଥିଲେ ୩ ପୋଲିସ କର୍ମଚାରୀ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୋବାଇଲ୍ ଫୋନ୍ ମାଗି କୌଣସି ଏକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ଝାଡୁ । ପରେ ଶୌଚ ବାହାନ କରି ସେ ଫେରାର୍ ହୋଇଯାଇଛନ୍ତି।

ଝାଡୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥାର ଏଜେଣ୍ଟ ଭାବେ କାମ କରୁଥିଲା । ଅଧିକ ସୁଧର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲା। ଛେଣ୍ଡିପଦା ଏବଂ ଜରପଡ଼ା ଅଞ୍ଚଳରୁ ଏହି ଟଙ୍କା କାରବାରକୁ କେନ୍ଦ୍ର କରି ମେ, ୨୦୧୫ରେ କୁକୁରପେଟାରେ ଅବଳା ନାମକ ଜଣେ ମହିଳା ଏବଂ ତାଙ୍କ ପୁତୁରାଙ୍କୁ ହତ୍ୟା କରି ସେ ପୋତିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଖାଲି ଏ ଦୁଇ ନୁହେଁ,ଫେବ୍ରୁୟାରୀ ୪, ୨୦୧୬ରେ ଜମିଜମା ଓ ଆର୍ଥିକ କାରବାରକୁ କେନ୍ଦ୍ର କରି ସେ ଜରପଡ଼ା ଥାନା ଅନ୍ତର୍ଗତ କୁଶକୀଳା ଗାଁରେ ଦୁଇ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ମାଟି ଭିତରେ ପୋତିଦେଇଥିଲେ।

ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି, ସମସ୍ତଙ୍କୁ ହତ୍ୟା କରି ନିଜ ଦ୍ୱାରା ପରିଚାଳିତ ଏକ ସ୍କୁଲ ପରିସରରେ ହିଁ ପୋତିଦେଉଥିଲେ ଝସକେତନ। ତେବେ ପ୍ରଶ୍ନ ଉଠୁଛି ଏଭଳି ଜଣେ ଜଘନ୍ୟ ଅପରାଧୀକୁ କୋର୍ଟରେ ହାଜର କରାଯିବାବେଳେ କାହିଁକି ଆବଶ୍ୟକୀୟ ସୁରକ୍ଷାକର୍ମୀ ନିୟୋଜିତ କରି ନ ଥିଲା ପୋଲିସ ? ତିନି ତିନି ଜଣ ପୋଲିସ କର୍ମଚାରୀଙ୍କ ଆଖି ସାମ୍ନାରୁ ଖସିଗଲା କିପରି ? ପୋଲିସ କର୍ମଚାରୀଙ୍କ ଠାରୁ ମୋବାଇଲ୍ ନେଇ କାହା ସହ ସେ କଥା ହୋଇଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।

Ordigital Desk
• Published: Friday, 18 May 2018
• Updated: 18 May 2018, 08:49 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos