ଏନ୍‌କାଉଣ୍ଟର୍‌ରେ ମୁନା ଆହତ

କଟକ (ଓଡ଼ିଶା ରିପୋର୍ଟର): କଟକ ଚୌଦ୍ୱାର ଅଞ୍ଚଳରେ ଆଜି ଭୋରରୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି । ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁନାଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ମୁନା ଦେହୁରୀ ସଂପୃକ୍ତ ଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତକାଲି ଟାଙ୍ଗୀ-କପିଳାସ ରୋଡ୍‌ରେ ଚୌଦ୍ୱାର ଥାନା ପୁଲିସ୍‌ ଅପରାଧୀ ଜିତୁ ଓରଫ୍ […]

ctc-2

Niharika Rout
  • Published: Monday, 14 October 2019
  • , Updated: 14 October 2019, 09:52 AM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଚୌଦ୍ୱାର ଅଞ୍ଚଳରେ ଆଜି ଭୋରରୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି । ମୁନାର ବାମପଟ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁନାଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ମୁନା ଦେହୁରୀ ସଂପୃକ୍ତ ଥିବା ଜଣାପଡ଼ିଛି।

ଏହାପୂର୍ବରୁ ଗତକାଲି ଟାଙ୍ଗୀ-କପିଳାସ ରୋଡ୍‌ରେ ଚୌଦ୍ୱାର ଥାନା ପୁଲିସ୍‌ ଅପରାଧୀ ଜିତୁ ଓରଫ୍ ଅଜୟ ସାହୁକୁ ଏନକାଉଣ୍ଟର୍ କରିଥିଲା । ଗତ ୨ ଦିନ ମଧ୍ୟରେ  ପୁଲିସ୍‌ ୨ଟି ଏନକାଉଣ୍ଟର କରିଥିବା ବେଳେ ଏଥିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ  ଅନ୍ୟ ଅପରାଧୀମାନେ ଭୟଭୀତ ହୋଇ ପଡ଼ିଥିବା ଆଲୋଚନା ହେଉଛି।

Related story