ପାଟକୁରା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ୍ ଆହତ ହୋଇଛି। ତା’ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।
ନଦୀମ୍ ନିକଟରୁ ଗୋଟିଏ ପିସ୍ତଲ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ତା’ ସହିତ ଗୋଟିଏ ସ୍କୁଟି ଜବତ ବି ଜବତ କରାଯାଇଛି।
ତା’ ନାଁରେ କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳରେ ୧୪ରୁ ଅଧିକ ମାମଲା ରହିଛି।
ଆଜି ଭୋର୍ରେ ନଦୀମ୍ ତା’ର ଜଣେ ସହଯୋଗୀକୁ ବନ୍ଧୁକ ଦେବାକୁ ନିଜ ଗାଁ କ୍ରିଷ୍ଣାନନ୍ଦପୁରକୁ ଆସିଥିଲା। ପୁଲିସ୍ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ପାଟକୁରା ଥାନା ପୁଲିସ୍ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ନଦୀମ୍ ପୁଲିସ୍ ଉପରକୁ ଗୁଳି ଚଳାଇ ଖସି ଯିବାକୁ ପ୍ରୟାସ କରିଥିଲା। ତେବେ ପୁଲିସ୍ ଏହାର ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ନଦୀମ୍ ଆହତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।