ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର l କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀପଠାରେ ଏକ ଖାଲରେ ଫସିଯାଇଛି କୁମ୍ଭୀର l ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର l ଅଧାଖିଆ ଘୁଷୁରିକୁ ଛାଡି ଚାଲି ଯାଇଥିଲା। ଏହାପରେ  ଘୁଷୁରି ଜଗୁଆଳି ବିଭୁତି  ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାସ ବସାଇଥିଲେ l ସନ୍ଧ୍ୟାରେ ପୁଣି ଥରେ ମୃତ ଘୁଷୁରିକୁ ଖାଇବା ପାଇଁ ଆସିଥିଲା କୁମ୍ଭୀର । ହେଲେ  ଫେରିବା ବାଟକୁ […]

5171

5171

Niharika Rout
  • Published: Tuesday, 04 August 2020
  • Updated: 04 August 2020, 12:33 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର l କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀପଠାରେ ଏକ ଖାଲରେ ଫସିଯାଇଛି କୁମ୍ଭୀର l

ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର l ଅଧାଖିଆ ଘୁଷୁରିକୁ ଛାଡି ଚାଲି ଯାଇଥିଲା। ଏହାପରେ  ଘୁଷୁରି ଜଗୁଆଳି ବିଭୁତି  ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାସ ବସାଇଥିଲେ l ସନ୍ଧ୍ୟାରେ ପୁଣି ଥରେ ମୃତ ଘୁଷୁରିକୁ ଖାଇବା ପାଇଁ ଆସିଥିଲା କୁମ୍ଭୀର । ହେଲେ  ଫେରିବା ବାଟକୁ ମାଟି ପକାଇ ଅବରୋଧ କରି ଦେଇଥିଲେ ଘୁଷୁରି ଜଗୁଆଳିଜଣଙ୍କ l

ପ୍ରାୟ ୪ ବର୍ଷ ହେବ ନଦୀର ଉକ୍ତ ସ୍ଥାନରୁ ମଇଁଷି,ଘୁଷୁରି,ଛେଳି ପ୍ରଭୃତି ଟାଣି ନେଇ କୁମ୍ଭୀର ଖାଇ ଦେଉଥିବା ଅଭିଯୋଗ ହେଉଥିଲା l ଗତବର୍ଷ ଅକ୍ଟୋବର ମାସରେ ଜଣେ ଗାଇ ଜଗୁଆଳି କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ।  କୁମ୍ଭୀର  ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ତାହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ ଜମିଛି l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos