ଆଠଗଡ଼(ନୀଳକଣ୍ଠ ଦୋରା) : ବନ୍ୟା ପାଣିରେ କୁମ୍ଭୀର। ଯାହାକୁ ଦେଖି ଲୋକେ ହୋଇପଡ଼ିଛନ୍ତି ଆତଙ୍କିତ। ଏପରି କିଛି ଘଟଣା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ ।
ମହାନଦୀରେ ପାଣି ବଢ଼ିବା ପରେ ବନ୍ୟା ଜଳ ୨ କୂଳ ଲଘଂଛି। ଏପରି ସ୍ଥିତିରେ ଉଛୁଳା ନଦୀରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଘଟଣାକୁ ନେଇ ଆତଙ୍କିତ ଲୋକେ ପ୍ରଶାସନକୁ ଅବଗତ କରିଛନ୍ତି । ଏଥିଯୋଗୁ କୂଳ ତଟବର୍ତ୍ତୀ ଅଞ୍ଚଳବାସୀ ନିଜ ସୁରକ୍ଷାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି।
ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ପରେ ମହାନଦୀ ଫୁଲିବାରେ ଲାଗିଛି । ବାଙ୍କୀ ଅଞ୍ଚଳର ବହୁ ଚାଷ ଜମି ବନ୍ୟା ପାଣି ଦ୍ୱାରା ପ୍ରଭାବିତ ହୋଇଛି । ବହୁ ଫସଲ ମଧ୍ୟ ଏଥିଯୋଗୁ ନଷ୍ଟ ହୋଇଛି ।