ସ୍କୁଲ ହତାରେ କୁମ୍ଭୀର

Crocodile in school

7654

Tapas Behera
  • Published: Tuesday, 24 September 2019
  • , Updated: 24 September 2019, 04:40 PM IST

ବୌଦ୍ଧ(ଓଡ଼ିଶା ରିପୋର୍ଟର)ସ୍କୁଲ ହତା ଭିତରେ କୁମ୍ଭୀର। ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ୧୭ ଦିନ ପରେ ଉଦ୍ଧାର ହୋଇଛି । ଏପରି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବହିରା ଗାଁରେ। ସ୍କୁଲର ପଛପଟରେ ଥିବା ନାଳରେ କୁମ୍ଭୀରଟି ବୁଲିଥିଲା ।

ଯାହାକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କିତ ହୋଇପଡ଼ିଥିଲେ । ହେଲେ ୧୭ ଦିନ ପରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି । ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯିବା ପରେ ମହାନଦୀରେ କୁମ୍ଭୀରଟିକୁ ଛାଡ଼ି ଦିଆଯାଇଛି। ହେଲେ ଏତେ ଦିନ ଯାଏ କିପରି କୁମ୍ଭୀରଟିକୁ କେହି କାହିଁକି ଉଦ୍ଧାର କଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

Related story