ପାଣିରେ ବୁଡ଼ି ରହିଛି ଏକର ଏକର ଧାନ ଫସଲ, ଦୃଶ୍ୟ ଦେଖିଲେ ଦେହ ସହିବନି

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଉଜୁଡ଼ି ଯାଇଛି ଧାନ ଫସଲ। କେଉଁଠି ପାଣିରେ ଧାନକେଣ୍ଡା ଭାସୁଛି ତ ଆଉ କେଉଁଠି ଅମଳ ଧାନ ଖଳାରେ ଭିଜି ନଷ୍ଟ ହୋଇଯାଇଛି। ଏବେ ଏଭଳି ଅବସ୍ଥା ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ। ହୀରାକୁଦ ସେଚାଞ୍ଚଳର ତଳିମୁଣ୍ଡରେ ହୋଇଥିବା ଡାଳୁଅ ଧାନ, କାଳବୈଶାଖୀ ପ୍ରଭାବରେ ଉଜୁଡ଼ି ଯାଇଛି। ପ୍ରଥମେ ଲେଡ଼ାପୋକ, ପରେ ଚକଡ଼ା ଆଉ ଏବେ ଅଦିନିଆ ମେଘ, ଚାଷୀର ସ୍ୱପ୍ନକୁ ଚୁରମାର କରିଦେଇଛି। ଗତ ମାସକ ଭିତରେ ତିନି ତିନିଥର […]

Farmer

Farmer

Ordigital Desk
  • Published: Monday, 21 May 2018
  • Updated: 21 May 2018, 05:53 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଉଜୁଡ଼ି ଯାଇଛି ଧାନ ଫସଲ। କେଉଁଠି ପାଣିରେ ଧାନକେଣ୍ଡା ଭାସୁଛି ତ ଆଉ କେଉଁଠି ଅମଳ ଧାନ ଖଳାରେ ଭିଜି ନଷ୍ଟ ହୋଇଯାଇଛି। ଏବେ ଏଭଳି ଅବସ୍ଥା ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ। ହୀରାକୁଦ ସେଚାଞ୍ଚଳର ତଳିମୁଣ୍ଡରେ ହୋଇଥିବା ଡାଳୁଅ ଧାନ, କାଳବୈଶାଖୀ ପ୍ରଭାବରେ ଉଜୁଡ଼ି ଯାଇଛି। ପ୍ରଥମେ ଲେଡ଼ାପୋକ, ପରେ ଚକଡ଼ା ଆଉ ଏବେ ଅଦିନିଆ ମେଘ, ଚାଷୀର ସ୍ୱପ୍ନକୁ ଚୁରମାର କରିଦେଇଛି।

ଗତ ମାସକ ଭିତରେ ତିନି ତିନିଥର କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ରବି ଫସଲ। ବିଶେଷକରି ବିନିକା ବ୍ଲକର ଉର୍ଲେ, ଚରଦା, ଶଙ୍କରା, ଫୁଲମୁଠି ଏବଂ ବାବୁପାଲି ଆଦି ଗାଁରେ ହୋଇଛି ବ୍ୟାପକ ଫସଲ କ୍ଷତି। ଏହି ଅଂଚଳରେ ହୋଇଥିବା ଶହ ଶହ ହେକ୍ଟର ଡାଳୁଅ ଧାନ ମଧ୍ୟରୁ କେବଳ ୨୦ ପ୍ରତିଶତ ଅମଳ ହୋଇଥିବା ବେଳେ ବାକି ୮୦ ପ୍ରତିଶତ ରହିଥିଲା ଅମଳ ଅପେକ୍ଷାରେ। ଆଉ ଦିନେ ଦୁଇଦିନ ଭିତରେ ଅମଳ ହୋଇଥାନ୍ତା କ୍ଷେତର ଧାନ। ହେଲେ ଗତକାଲିର କାଳବୈଶାଖୀ ବର୍ଷାରେ ଏବେ କ୍ଷେତରେ ପାଣି ଜମା ହୋଇ ରହିବା ସହ ପାଣିରେ ଭାସୁଛି ଧାନ କେଣ୍ଡା।

ସେହିଭଳି ଖଳାରେ ଥିବା ଧାନ ବି ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି। ପୂର୍ବରୁ ହୋଇଥିବା ବର୍ଷାରେ କ୍ଷେତରେ ପାଣି ଜମା ହୋଇ ଅନେକ ଧାନକେଣ୍ଡା ଗଜା ହୋଇ ସାରିଲାଣି। ଉଜୁଡ଼ା ଧାନରୁ କିଛି ପାଇବାର ଆଶାରେ କେଉଁ ଚାଷୀ ଭିଜିଲା ଧାନକୁ ହିଡ଼ରେ ଶୁଖାଇବାକୁ ଚେଷ୍ଟା କରୁଛି ତ ଆଉ କିଏ ଖଳାରେ ଭିଜିଥିବା ଧାନକୁ ଖରାରେ ଶୁଖାଇବାର ପ୍ରୟାସ କରୁଛି।

ରବିଚାଷ ଆରମ୍ଭରୁ ଦୈବୀ ଦୁର୍ବିପାକରେ ବେହାଲ ଚାଷୀର ଅବସ୍ଥା। ଧାର କରଜ କରି ଭଲ ଅମଳ ଆଶା କରିଥିବା ଚାଷୀର ଏବେ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏବେ ଋଣ କିପରି ଶୁଝିବ ଏବଂ ପରିବାର କିପରି ଚଳାଇବ ସେହି ଚିନ୍ତାରେ ପଡ଼ିଯାଇଛି ଚାଷୀ। ଆଗକୁ କ୍ଷୟକ୍ଷତିର ଆକଳନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos