ଅପରେସନ ସାରି ଫେରୁଥିବା ଯବାନଙ୍କ ବସ୍ ଭାସିଗଲା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଅଳ୍ପକେ ବର୍ତିଲେ ୩୦ ଯବାନ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ଯବାନମାନେ  ଏକ ବସରେ ଅପରେସନକୁ ଯାଇ  ଫେରିବା ବେଳେ ବସ ପୋଲ ତଳକୁ ଖସିଗଲା । ଆଉ ସୌଭାଗ୍ୟବଶତଃ ୩୦ ଯବାନ ବର୍ତ୍ତିଯାଇଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। DRG ଯବାନ ଅପରେସନ ରୁ ବସରେ ଫେରିଲାବେଳକୁ ପୋଲ ଉପରେ ପାଣି ଚାଲୁଥିଲା।  ପୋଲ ଉପରେ ବଢି ପାଣି ଥିବାରୁ ବସ୍‌ଟି ଭାରିଯାଇଛି।