ଡ୍ୟୁଟିକୁ ଯାଇ ଯବାନ ନିଖୋଜ

ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲା ସିଆରପିଏଫ୍‌ ଚତୁର୍ଥ ବାଟାଲିଅନ୍‌ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ (୫୦)। ତାଙ୍କ ଘର ଉତ୍ତର ପ୍ରଦେଶରେ। ସେ ସିଆରପିଏଫ୍‌ର ଚତୁର୍ଥ ବାଟାଲିଅନ୍‌ର ବ୍ରାଭୋ କମ୍ପାନୀରେ କର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଗତ ୨୯ ତାରିଖରେ ଧରମ ଦେବ ଚଇତି ଉତ୍ସବ ଡ୍ୟୁଟି ଯିବା ପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର ଖୋଜ୍‌ଖବର ମିଳୁ ନାହିଁ। ନିଖୋଜ […]

crpf

crpf

Jyoshna Pradhan
  • Published: Friday, 03 January 2020
  • Updated: 03 January 2020, 08:20 AM IST

Sports

Latest News

ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲା ସିଆରପିଏଫ୍‌ ଚତୁର୍ଥ ବାଟାଲିଅନ୍‌ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ (୫୦)। ତାଙ୍କ ଘର ଉତ୍ତର ପ୍ରଦେଶରେ। ସେ ସିଆରପିଏଫ୍‌ର ଚତୁର୍ଥ ବାଟାଲିଅନ୍‌ର ବ୍ରାଭୋ କମ୍ପାନୀରେ କର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଗତ ୨୯ ତାରିଖରେ ଧରମ ଦେବ ଚଇତି ଉତ୍ସବ ଡ୍ୟୁଟି ଯିବା ପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର ଖୋଜ୍‌ଖବର ମିଳୁ ନାହିଁ। ନିଖୋଜ ନେଇ ତାଙ୍କ ପରିବାର ଲୋକେ ଗତକାଲି ରାୟଗଡ଼ା ସଦର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଧରମ ଦେବଙ୍କ ପତ୍ତା ପାଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos