ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କଲେ ସିଆରପିଏଫ୍ ଯବାନ

ବାଲିଗୁଡ଼ା(ଅଜିତ୍ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ଶ୍ରୀରାମପୁର ଓ ଯୁବାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମାକଡ଼ାପାଟା ପୋଲ ଉପରେ ଗତକାଲି ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଫଳରେ ଦୁଇ ପଞ୍ଚାୟତର ବହୁ ଲୋକ ରାସ୍ତାର ଉଭୟ ପଟରେ ଅଟକି ରହିଥିଲେ। ଏନେଇ ଖବର ପାଇବା ପରେ ଗତକାଲି ଶ୍ରୀରାମପୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଆସି ୫ ଘଣ୍ଟା […]

baliguda

Jyoshna Pradhan
  • Published: Sunday, 08 September 2019
  • , Updated: 08 September 2019, 11:32 AM IST

ବାଲିଗୁଡ଼ା(ଅଜିତ୍ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ଶ୍ରୀରାମପୁର ଓ ଯୁବାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମାକଡ଼ାପାଟା ପୋଲ ଉପରେ ଗତକାଲି ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଫଳରେ ଦୁଇ ପଞ୍ଚାୟତର ବହୁ ଲୋକ ରାସ୍ତାର ଉଭୟ ପଟରେ ଅଟକି ରହିଥିଲେ।

ଏନେଇ ଖବର ପାଇବା ପରେ ଗତକାଲି ଶ୍ରୀରାମପୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଆସି ୫ ଘଣ୍ଟା କାଳ ପରିଶ୍ରମ କରି ଲୋକଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲେ। ଯବାନଙ୍କ ସାହାଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

https://youtu.be/J7k0kXUHObs

Related story