ବ୍ୟାସନଗର ବିବାଦ: ଅଭିଯୋଗକାରୀଙ୍କ ନାଁରେ ବି ହେଲା ଅଭିଯୋଗ

ଯାଜପୁର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଆଜି ସେ ଅଭିଯୁକ୍ତ । ୨ ଦିନ ପୂର୍ବେ ଯିଏ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନାଁରେ ଥାନାରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ, ଆଜି ତାଙ୍କ ନାଁରେ ବି ସମାନ ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ବ୍ୟାସନଗର ପୌରାଞ୍ଚଳର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ମ୍ୟାନେଜର ସୈଫୁଦ୍ଦିନ । ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ […]

pic

pic

Niharika Rout
  • Published: Friday, 18 November 2022
  • Updated: 18 November 2022, 06:14 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଆଜି ସେ ଅଭିଯୁକ୍ତ । ୨ ଦିନ ପୂର୍ବେ ଯିଏ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନାଁରେ ଥାନାରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ, ଆଜି ତାଙ୍କ ନାଁରେ ବି ସମାନ ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆଣିଛନ୍ତି ବ୍ୟାସନଗର ପୌରାଞ୍ଚଳର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ମ୍ୟାନେଜର ସୈଫୁଦ୍ଦିନ ।

ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ  ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସମସ୍ତଙ୍କ ସାମ୍ନାରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସୈଫୁଦ୍ଦିନ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୈଫୁଦ୍ଦିନଙ୍କ ଅଭିଯୋଗ କରିଛନ୍ତି, ତତ୍‌କାଳୀନ ନିର୍ବାହୀ ଅଧିକାରୀ ବସାଇଥିବା ବାୟୋମେଟ୍ରିକ ମେଶିନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ୩ ମାସ ହେଲା ସୁଇପରମାନେ ଦରମା ପାଇ ନ ଥିବାରୁ ପ୍ରଥମାଷ୍ଟମି ପୂର୍ବରୁ ପୌର ଅଫିସ ଆଗରେ ଧାରଣାରେ ବସିଥିଲେ। ଏହି ଘଟଣାର ସମାଧାନ ପାଇଁ  ଅଶୋକ ରାଉତଙ୍କ ଘରକୁ ଯାଇଥିଲି । ହେଲେ ସେଠାରେ ସେ ହଠାତ୍‌ ଉତକ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିବା ସହିତ ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଥିଲେ।

ନିଜ ସଫେଇରେ  ବ୍ୟାସନଗରର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ ରାଉତ କହିଛନ୍ତି,  ‘ବ୍ୟାସନଗରରେ ଯୋଗ ଦେବା ପରଠୁ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲି। ଫେବୃୟାରୀ ୨୦୨୧ରେ ଢେଙ୍କାନାଳ କଣ୍ଟ୍ରାକ୍ଟରଙ୍କ କାଳ ପୂରିଯାଇଥିଲା। ମୋ ଅନିଚ୍ଛେ ସତ୍ତ୍ୱେ ତାକୁ ପୁନଃ ନିଯୁକ୍ତି କରାଯାଇଥିଲା । କଣ୍ଟ୍ରାକ୍ଟରକୁ ହଟାଇବାକୁ ଚେଷ୍ଟା କରି ବିଫଳ ହେଲି ।  ଏହାପରେ ବିନା ନୋଟିସରେ ଗତ ୧୫ରେ ସେ ଧାରଣା ଦେଇଥିଲେ। ତେଣୁ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲି। ’

ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟି ମିଟିଂରେ ଗତ ମାସ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ତତ୍‌କାଳୀନ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍‌ ଫିଙ୍ଗିଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏନେଇ ଅଶୋକ ରାଉତ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏପରିକି ପୌରାଧ୍ୟକ୍ଷାଙ୍କ ଏପରି ଆଚରଣ ଯୋଗୁ ବିନା ଦୋଷରେ ତାଙ୍କ ସମ୍ମାନ ଉପରେ ଆଞ୍ଚ ଆସିଛି ବୋଲି ନିଜ ଏତଲାରେ ଦର୍ଶାଇଥିଲେ।  ହେଲେ ଏବେ ତାଙ୍କ ନାମରେ ବି ଦୁର୍ବ୍ୟବହାର ଅଭିଯୋଗ ଆସିଥିବାରୁ ଏହାକୁ କିପରି ସେ ସମ୍ମୁଖୀନ ହୋଇ କିପରି ଏହି ବିବାଦରୁ ମୁକୁଳୁଛନ୍ତି ତାହା  ଉପରେ ସମସ୍ତଙ୍କ ନଜର।

ଏହି ବିବାଦ ଆରମ୍ଭ ହେବା ପରେ ଅଶୋକ ରାଉତଙ୍କୁ ବ୍ୟାସନଗରରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାକୁ ବଦଳି କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story