କଟକ ସ୍ୱରେଜ ଦୁର୍ଘଟଣା: ୨ ଇଞ୍ଜିନିୟରଙ୍କ ବଦଳି, ଜେଇ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହରର ସ୍ୱରେଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ୩ଜଣ ଇଞ୍ଜିନିୟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨ଜଣ ଇଞ୍ଜିନିୟରଙ୍କ ଅନ୍ୟତ୍ର ବଦଳି ହୋଇଥିବାବେଳେ ଜେଇଙ୍କୁ ନିଲମ୍ବନ କରାଯାଇଛି ଓ ଏନେଇ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ଗତକାଲି କଟକ ସହରରେ ସ୍ୱରେଜ କାମ ସମୟରେ ୨ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ଜଣେ […]

cuttack

cuttack

Ordigital Desk
  • Published: Friday, 16 April 2021
  • Updated: 17 April 2021, 07:43 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହରର ସ୍ୱରେଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ୩ଜଣ ଇଞ୍ଜିନିୟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨ଜଣ ଇଞ୍ଜିନିୟରଙ୍କ ଅନ୍ୟତ୍ର ବଦଳି ହୋଇଥିବାବେଳେ ଜେଇଙ୍କୁ ନିଲମ୍ବନ କରାଯାଇଛି ଓ ଏନେଇ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି।

ଗତକାଲି କଟକ ସହରରେ ସ୍ୱରେଜ କାମ ସମୟରେ ୨ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଉଦବେଗ ବ୍ୟକ୍ତ କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାର ତଦନ୍ତ ପରେ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତଥା ୱାଟକୋ ଜେନେରାଲ ମ୍ୟାନେଜର ସୁଶାନ୍ତ ଘଡ଼େଇ ଏବଂ ଏସଡିଓ ତଥା ୱାଟକୋ ଜେନେରାଲ ମ୍ୟାନେଜର ସୁବାସ ରାଉତଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ଜେଇ ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି। ଏହାବ୍ୟତୀତ ଜେଇ ଶ୍ରୀ ସାହୁ ଓ ସର୍ଭିସ ପ୍ରୋଭାଇଡର ଦୀପକ ନାୟକଙ୍କ ବିରୁଦ୍ଧରେ କଟକ ମହାନଗର ନିଗମ ପକ୍ଷରୁ ଥାନାରେ ଏକ ଏଫଆଇଆର ଦିଆଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି.ଶିବାଙ୍କ ପାଇଁ ମଧ୍ୟ ୨ଲକ୍ଷ ଟଙ୍କା ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହାପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀଠାରେ ମାଟି ଅତଡ଼ା ଖସିବା ଘଟଣାରେ ଉଦବେଗ ବ୍ୟକ୍ତ କରି ପ୍ରାଣ ହରାଇଥିବା ୩ଜଣ ମହିଳାଙ୍କ ନିକଟ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଅନ୍ୟଜଣେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story