ପାରାଦୀପ(ରମାକାନ୍ତ ନାୟକ): କୋର୍ଟଚାଲାଣ ବେଳେ ପୁଲିସ କବଳରୁ ଖସିଗଲା ଅଭିଯୁକ୍ତ । କୋର୍ଟଚାଲାଣ ପୂର୍ବରୁ ଅଧା ବାଟରୁ ମାରିଲା ଛୁ। ଗତକାଲି ରାତିରେ ଜଗତସିଂହପୁର ଜିଲ୍ଲା ପାରାଦୀପରେ ଏପରି ଘଟଣା ଘଟିଥିବା ବେଳେ ନାକେଦମ ହୋଇଛି ପୁଲିସ୍। ଏପରିକି ରାତି ଅନିଦ୍ରା ରହି ପୁଲିସ୍ ଅଭିଯୁକ୍ତକୁ ଖୋଜିଥିବା ବେଳେ ତାର ଟେର ପାଇପାରିନି।
ଅଭିଯୁକ୍ତ ଜଣକ ଅଠରବାଙ୍କିର ରବୀନ୍ଦ୍ର ମଣ୍ଡଳ ବୋଲି ଜଣାପଡିଛି। ବ୍ରାଉନସୁଗର ଚୋରା ବେପାର ଅଭିଯୋଗରେ ପାରାଦୀପ ଆଦର୍ଶ ଥାନା ପୁଲିସ ତାକୁ ଗିରଫ କରିବା ପରେ ଗତ ରାତିରେ କୋର୍ଟଚାଲାଣ କରୁଥିଲା।
ସେହି ସମୟରେ ପାରାଦୀପରୁ କୁଜଙ୍ଗ ନେବା ବାଟରେ ପିପଳଗୋଡା ନିକଟରୁ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଖସିଯାଇଛି। ଏହି ଘଟଣାକୁ ନେଇ ପାରାଦୀପ ଲକ୍ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି।
ଦୁଇ ଥାନାର ପୁଲିସ ଚମ୍ପଟ ଅଭିଯୁକ୍ତକୁ ଧରିବା ପାଇଁ ରାତି ତମାମ ଛାନଭିନ ଚଳାଇଛନ୍ତି। ତେବେ ଏ ନେଇ ପାରାଦୀପ ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ୧୭ ଦାଦନ ଶ୍ରମିକ; ଅଟକାଇ ଦେଲା ପୁଲିସ୍
ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟଛୁଆ ୨ ଜଣ ଅଛନ୍ତି।
Events & Festivals
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ।
Crime
ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ; ମାଡ଼ି ବସିଲା ଭିଜିଲାନ୍ସ
ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା।
Miscellaneous
ଓଏଏସ୍ ବଦଳି: ମଧୁମିତା ନାୟକ ଇଏସଆଇ ନିର୍ଦ୍ଦେଶିକା
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ। ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି।