ଆଜି ବାଲିଯାତ୍ରାର ଦ୍ୱିତୀୟ ଦିନ: ପ୍ରଥମ ଦିନରୁ ମହାନଦୀ ପଠା ଲୋକାରଣ୍ୟ

Ordigital Desk
  • Published: Sunday, 05 November 2017
  • , Updated: 05 November 2017, 02:42 PM IST
<p>କଟକ (ଓଡ଼ିଶା ରିପୋର୍ଟର): ଐତିହାସିକ ବାଲିଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହୋଇଛି। ଏହାକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ। ୭ଦିନ ଧରି ଚାଲିବାକୁ ଥିବା ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ।</p> <p>ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍&zwnj;ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇଥିଲେ।</p> <p>ଗତକାଲି ଉଦ୍&zwnj;ଘାଟନୀ ଦିବସରେ ଆଶାନୁରୂପ ଗହଳି ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ମଧ୍ୟ ମହାନଦୀ ପଠା ଲୋକାରଣ୍ୟ ହୋଇଯାଇଥିଲା। ପାଗ ଭଲ ଥିବାରୁ ଆଜି ମଧ୍ୟ ଭିଡ ହେବ ବୋଲି ଆଶା କରାଯାଉଛି।</p> <p>ଚଳିତବର୍ଷ ୧୪ ଶହରୁ ଅଧିକ ଷ୍ଟଲ ଖୋଲାଯାଇଛି। ଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ଭଳିକି ଭଳି ଦୋଳି। ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।</p>

Related story