ସରିଲା କଟକ ବାଲିଯାତ୍ରା; ଅପେକ୍ଷା ଆରବର୍ଷକୁ

କଟକ(ପ୍ରଭାତ ବିଷୋୟୀ): ସରିଲା କଟକର ଐତିହାସିକ ବାଲିଯାତ୍ରା। ପୁଣି ଅପେକ୍ଷା ଆର ବର୍ଷକୁ।  ନଅ ଦିନ ଧରି ଚାଲିଥିବା ରାଜ୍ୟର ଏହି ବାଣିଜ୍ୟିକ ମହାକୁମ୍ଭରେ ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶେଷ ଦିନରେ ବି ଉଭୟ ଉପର ଓ ତଳ ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଲୋକେ ଯାତ୍ରା ବୁଲାର ମଜା ନେବା ସହ ବିଭିନ୍ନ ଷ୍ଟଲରୁ ଘରକରଣା ସାମଗ୍ରୀ କିଣାକିଣି କରିଥିଲେ।  ଅନ୍ୟପକ୍ଷରେ ଏବର୍ଷ ଭଲ ବ୍ୟବସାୟ ହୋଇଥିବାରୁ ବ୍ୟବସାୟୀମାନେ ବି […]

baliyatra

Jyoshna Pradhan
  • Published: Thursday, 21 November 2019
  • , Updated: 21 November 2019, 08:23 AM IST

କଟକ(ପ୍ରଭାତ ବିଷୋୟୀ): ସରିଲା କଟକର ଐତିହାସିକ ବାଲିଯାତ୍ରା। ପୁଣି ଅପେକ୍ଷା ଆର ବର୍ଷକୁ।  ନଅ ଦିନ ଧରି ଚାଲିଥିବା ରାଜ୍ୟର ଏହି ବାଣିଜ୍ୟିକ ମହାକୁମ୍ଭରେ ପ୍ରତି ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶେଷ ଦିନରେ ବି ଉଭୟ ଉପର ଓ ତଳ ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା।

ଲୋକେ ଯାତ୍ରା ବୁଲାର ମଜା ନେବା ସହ ବିଭିନ୍ନ ଷ୍ଟଲରୁ ଘରକରଣା ସାମଗ୍ରୀ କିଣାକିଣି କରିଥିଲେ।  ଅନ୍ୟପକ୍ଷରେ ଏବର୍ଷ ଭଲ ବ୍ୟବସାୟ ହୋଇଥିବାରୁ ବ୍ୟବସାୟୀମାନେ ବି ଖୁସି ପ୍ରକାଶ କରିଛନ୍ତି। କେବଳ କିଣାବିକା ନୁହେଁ, ଏବର୍ଷ ବାଲିଯାତ୍ରାରେ ପଥୋତ୍ସବ, ବୋଟିଂ ଓ ବଲିଉଡ୍ ନାଇଟ୍ ଆଦିର ଆୟୋଜନ ମଧ୍ୟ ଲୋକଙ୍କୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇଥିଲା।

Related story