ଟିମ୍‌ ଇଣ୍ଡିଆର ଲକି ଗ୍ରାଉଣ୍ଡ ‘ବାରବାଟୀ’

କଟକ: ଆସନ୍ତାକାଲି ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦୁଇ ଦଳର ଖେଳାଳି ଓ ଅଫିସିଆଲ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍ନରେ ବାରବାଟୀ ଯାଇ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ତେବେ ଅତୀତର ରେକର୍ଡ ଦେଖିଲେ ବାରବାଟୀ ଟିମ୍‌ ଇଣ୍ଡିଆ ପାଇଁ ସବୁ ବେଳେ ଲକି ରହିଛି। ଗତ ୧୦ ବର୍ଷ ହେଲା ଏହି ଗ୍ରାଉଣ୍ଡରେ ଭାରତ ଗୋଟିଏ ବି ମ୍ୟାଚ୍‌ ହାରିନାହିଁ। ବର୍ତ୍ତମାନ ସୁଦ୍ଧା […]

barabati

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 09:05 PM IST

କଟକ: ଆସନ୍ତାକାଲି ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦୁଇ ଦଳର ଖେଳାଳି ଓ ଅଫିସିଆଲ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍ନରେ ବାରବାଟୀ ଯାଇ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ତେବେ ଅତୀତର ରେକର୍ଡ ଦେଖିଲେ ବାରବାଟୀ ଟିମ୍‌ ଇଣ୍ଡିଆ ପାଇଁ ସବୁ ବେଳେ ଲକି ରହିଛି। ଗତ ୧୦ ବର୍ଷ ହେଲା ଏହି ଗ୍ରାଉଣ୍ଡରେ ଭାରତ ଗୋଟିଏ ବି ମ୍ୟାଚ୍‌ ହାରିନାହିଁ।

ବର୍ତ୍ତମାନ ସୁଦ୍ଧା ବାରବାଟୀରେ ୧୭ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ୧୫ଟିରେ ଭାରତ ଖେଳି ୧୧ଟିରେ ଜିତିଥିବା ବେଳେ ୪ଟିରେ ପରାଜିତ ହୋଇଛି। ସେହିଭଳି ବାରବାଟୀରେ ଇଂଲଣ୍ଡ ୫ଟି ମ୍ୟାଚ୍‌ ଖେଳି ୩ଟିରେ ଜିତିଥିବା ବେଳେ ୨ଟିରେ ପରାଜିତ ହୋଇଛି।

ଭାରତ ଓ ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ୪ ଥର ମୁହାଁମୁହିଁ ହୋଇଥିବା ବେଳେ ଉଭୟ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ଶେଷ ଥର ୨୦୦୮ ଭାରତ-ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତ ୬ ୱିକେଟ୍‌ରେ ଜିତିଥିଲା।

ତେବେ ୨୦୧୪ରେ ଏହି ଗ୍ରାଉଣ୍ଡରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ହୋଇଥିଲା। ଏହାକୁ ଭାରତ ୧୬୯ ରନ୍‌ରେ ଜିତି ଥିଲା। ଶିଖର ଧାୱନ ଏବଂ ଆଜିଙ୍କ୍ୟ ରାହାଣେ ମ୍ୟାଚ୍‌ରେ ଶତକ ମାରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୪ ମ୍ୟାଚ୍‌ରେ ବିରାଟ କୋହଲି ଅଧିନାୟକ ଥିବା ବେଳେ ଏବେ ମଧ୍ୟ ରହିଛନ୍ତି। ତେବେ ବାରବାଟୀରେ ତାଙ୍କ ବ୍ୟାଟ୍‌ର ଚମକ ଦେଖିବାକୁ ମିଳିନାହିଁ। ୨ଟି ମ୍ୟାଚ୍‌ ଖେଳି ବିରାଟ ମାତ୍ର ୨୫ ରନ୍‌ କରିଛନ୍ତି। ସେହିପରି ଧୋନି ମଧ୍ୟ ଏଠାରେ ଫେଲ ମାରିଛନ୍ତି। ସେ ୨ଟି ମ୍ୟାଚ୍‌ ଖେଳି ୫୬ ରନ୍‌ କରିଛନ୍ତି।

Related story