ଦାଦାବଟିକୁ ନେଇ ବୋମା ମାଡ଼ ଅଭିଯୋଗ

କଟକ: କଟକ ଜିଲ୍ଲା ନିଆଳି ଥାନା କୁଳସାହି ଛକ ରାସ୍ତା କାମ ଚାଲିଥିବା ବେଳେ ଆଜି ବୋମା ମାଡ଼ ଓ ଫାଙ୍କା ଗୁଳି ଚାଳନା ହୋଇଛି। ୩ ଜଣ ଯୁବକ ବାଇକରେ ଆସି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇବା ସହିତ ୬ଟି ବୋମା ଫିଙ୍ଗି ଦୃତ ଗତିରେ ପଳାଇ ଯାଇଥିଲେ। ବୋମା ମାଡ଼ରେ ରାସ୍ତା କାମରେ ନିୟୋଜିତ ଗୋଟିଏ ହାଇୱା ଓ ପିଚୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ […]

cuttack-bomb-horling

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 06:27 PM IST

କଟକ: କଟକ ଜିଲ୍ଲା ନିଆଳି ଥାନା କୁଳସାହି ଛକ ରାସ୍ତା କାମ ଚାଲିଥିବା ବେଳେ ଆଜି ବୋମା ମାଡ଼ ଓ ଫାଙ୍କା ଗୁଳି ଚାଳନା ହୋଇଛି। ୩ ଜଣ ଯୁବକ ବାଇକରେ ଆସି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇବା ସହିତ ୬ଟି ବୋମା ଫିଙ୍ଗି ଦୃତ ଗତିରେ ପଳାଇ ଯାଇଥିଲେ। ବୋମା ମାଡ଼ରେ ରାସ୍ତା କାମରେ ନିୟୋଜିତ ଗୋଟିଏ ହାଇୱା ଓ ପିଚୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଦାଦା ବଟି ଆଦାୟକୁ ନେଇ ବୋମା ମାଡ଼ି ହୋଇଥିବା ଅଭିଯୋଗ ହେଉଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story