କଟକ: କେନାଲରେ ବୁଡ଼ି ୨ ନାବାଳକ ନିଖୋଜ

କଟକ: କଟକର ଜଗତପୁର ଅଞ୍ଚଳରେ କେନାଲରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଜଗତପୁରର ବୈକୁଣ୍ଠବିହାର ଅଞ୍ଚଳ ଦେଇଯାଇଥିବା କେନ୍ଦ୍ରାପଡ଼ା କେନାଲରେ ୫ଜଣ ପିଲା ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପାଣି ସୁଅରେ ଭାସି ଯାଇଥଲେ। ନିକଟରେ ଗାଧୋଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ବୁଡ଼ି ଯାଇଥିବା ଦୁଇ ନାବଳକଙ୍କ ମଧ୍ୟରୁ ଜଣଙ୍କ ନାଁ ସତ୍ୟଜିତ […]

boy

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 08:52 PM IST

କଟକ: କଟକର ଜଗତପୁର ଅଞ୍ଚଳରେ କେନାଲରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଜଗତପୁରର ବୈକୁଣ୍ଠବିହାର ଅଞ୍ଚଳ ଦେଇଯାଇଥିବା କେନ୍ଦ୍ରାପଡ଼ା କେନାଲରେ ୫ଜଣ ପିଲା ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପାଣି ସୁଅରେ ଭାସି ଯାଇଥଲେ। ନିକଟରେ ଗାଧୋଉଥିବା ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ବୁଡ଼ି ଯାଇଥିବା ଦୁଇ ନାବଳକଙ୍କ ମଧ୍ୟରୁ ଜଣଙ୍କ ନାଁ ସତ୍ୟଜିତ ସାହୁ (୧୦) ଓ ଅନ୍ୟ ଜଣଙ୍କ ନାଁ ସୁମନ ଷଡ଼ଙ୍ଗୀ (୮)। ଏମାନେ ନିକଟସ୍ଥ ଏକ ଅନାଥଆଶ୍ରମର ଅନ୍ତେବାସୀ ବୋଲି ଜଣାପଡ଼ିଛି। କଟକ ବକ୍ସିବଜାର ଅଗ୍ନିଶ୍ରମ ବିଭାଗ ଓ ଓଡ୍ରାଫ ଟିମ୍ ଉଦ୍ଧାର କର୍ଯ୍ୟ ଜାରି ରଖିଛନ୍ତି।

Related story