ମହିଳା ସାମ୍ୱାଦିକ କରିଥିବା ଅଭିଯୋଗ ପ୍ରମାଣିତ ହୋଇନି: ଡିସିପି

କଟକ(ଓଡ଼ିଶା ରିପୋର୍ଟର): ଜଣେ ମହିଳା ସାମ୍ବାଦିକଙ୍କୁ ବିଜେଡି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଏଯାଏ ପ୍ରମାଣିତ ହୋଇପାରି ନାହିଁ। ଏହି ମାମଲାରେ ମୋଟ୍‌ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ଆଜି କଟକ ଡିସିପି ଅଖିଳେଶ୍ୱର ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଅଭିଯୋଗକାରିଣୀଙ୍କ ସହ ଅନୁଭବ ଓ ଅନୁପ୍ରାସଙ୍କର କେବଳ ପାଟିତୁଣ୍ଡ ହୋଇଥିଲା। ଉଭୟେ […]

cuttack-88

Tapaswini Nayak
  • Published: Friday, 26 July 2019
  • , Updated: 26 July 2019, 04:27 PM IST

କଟକ(ଓଡ଼ିଶା ରିପୋର୍ଟର): ଜଣେ ମହିଳା ସାମ୍ବାଦିକଙ୍କୁ ବିଜେଡି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଏଯାଏ ପ୍ରମାଣିତ ହୋଇପାରି ନାହିଁ। ଏହି ମାମଲାରେ ମୋଟ୍‌ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ଆଜି କଟକ ଡିସିପି ଅଖିଳେଶ୍ୱର ସିଂହ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଅଭିଯୋଗକାରିଣୀଙ୍କ ସହ ଅନୁଭବ ଓ ଅନୁପ୍ରାସଙ୍କର କେବଳ ପାଟିତୁଣ୍ଡ ହୋଇଥିଲା। ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ। ତେବେ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରିବା ଓ ଅନୁଭବ ଦୁର୍ବ୍ୟବହାର କରିଥିବା ନେଇ ଏଯାଏ କୌଣସି ପ୍ରମାଣ ମିଳିନାହିଁ।”

ସେ ଆହୁରି କହିଛନ୍ତି,“ଘଟଣାର ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ତଦନ୍ତ ସାରିବାକୁ ତଦନ୍ତକାରୀ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ସୂଚନାଯୋଗ୍ୟ, ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିବା ନେଇ ମହିଳା ସାମ୍ବାଦିକ ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଯାଇଥିଲେ। ଏତିକି ବେଳେ ଅନୁଭବ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ମହିଳା ସାମ୍ବାଦିକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପରେ ସେ ନ୍ୟାୟ ଦାବିରେ ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ। ତେବେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି।

Related story