ରାଜରାସ୍ତାରେ ହାତୀ ପଲ, ଅଟକିଲା ଶହ ଶହ ଗାଡ଼ି

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ବାଳିସୁନିଆମୁହଁ ନିକଟରେ ଆଜି ସକାଳେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳିଥିଲା।  ଏହି ଦଳରେ ମୋଟ ୧୮ଟି ହାତୀ ଥିଲେ। ହାତୀମାନେ ରାଜରାସ୍ତାକୁ ଆସିଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ଯାଇଥିଲେ। ଗୁରୁଡ଼ିଝାଟିଆ କଲେଜ ପରିସରରେ ଏହି ହାତୀପଲ ପଶି ଯାଇଥିଲେ। ସେମାନେ କଲେଜର ପାଚେରି ଭାଙ୍ଗି ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ହାତୀଙ୍କୁ ସେଠାରୁ ଘଉଡ଼ାଇବାରୁ ସେମାନେ ରାଜରାସ୍ତା […]

elephabt

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 08:47 AM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ବାଳିସୁନିଆମୁହଁ ନିକଟରେ ଆଜି ସକାଳେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ହାତୀ ପଲଙ୍କୁ ଦେଖିବାକୁ ମିଳିଥିଲା।  ଏହି ଦଳରେ ମୋଟ ୧୮ଟି ହାତୀ ଥିଲେ। ହାତୀମାନେ ରାଜରାସ୍ତାକୁ ଆସିଯିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ଯାଇଥିଲେ।

ଗୁରୁଡ଼ିଝାଟିଆ କଲେଜ ପରିସରରେ ଏହି ହାତୀପଲ ପଶି ଯାଇଥିଲେ। ସେମାନେ କଲେଜର ପାଚେରି ଭାଙ୍ଗି ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ହାତୀଙ୍କୁ ସେଠାରୁ ଘଉଡ଼ାଇବାରୁ ସେମାନେ ରାଜରାସ୍ତା ଉପରକୁ ଚାଲି ଆସିଥିଲେ।

Related story