କଟକ: ଗଞ୍ଜେଇ ଚାଷ ରୋକିବା ନେଇ ପୋଲିସ ମୁଖ୍ୟାଳୟରେ ବୈଠକ

କଟକ: ଗଞ୍ଜେଇ ଚାଷ ରୋକିବାକୁ କଟକ ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ମାଓବାଦୀଙ୍କ ମୁଖ୍ୟ ଆର୍ଥିକ ଉତ୍ସ ପାଲଟିଛି ଏହି ଗଞ୍ଜେଇ ଚାଷ। ଲାଲ ସଂଗଠନ ଉପାନ୍ତ ଇଲାକାରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଚାଷ ଜରିଆରେ ନିଜର ଆର୍ଥିକ ସାମ୍ରାଜ୍ୟ ବିସ୍ତାର କରୁଛି । କେମିତି ଏହି ଗଞ୍ଜେଇ ଚାଷକୁ ରୋକିବା ହେବ ସେ ନେଇ ବୈଠକରେ ଆଲୋଚନା ହେଉଛି । ଏ ନେଇ ସୂଚନା ଦେଇ ପ୍ରାଇମବ୍ରାଞ୍ଚ ଏଡିଜି ବିକେ ଶର୍ମା […]

sanjiv

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 07:18 AM IST

କଟକ: ଗଞ୍ଜେଇ ଚାଷ ରୋକିବାକୁ କଟକ ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ମାଓବାଦୀଙ୍କ ମୁଖ୍ୟ ଆର୍ଥିକ ଉତ୍ସ ପାଲଟିଛି ଏହି ଗଞ୍ଜେଇ ଚାଷ। ଲାଲ ସଂଗଠନ ଉପାନ୍ତ ଇଲାକାରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଚାଷ ଜରିଆରେ ନିଜର ଆର୍ଥିକ ସାମ୍ରାଜ୍ୟ ବିସ୍ତାର କରୁଛି । କେମିତି ଏହି ଗଞ୍ଜେଇ ଚାଷକୁ ରୋକିବା ହେବ ସେ ନେଇ ବୈଠକରେ ଆଲୋଚନା ହେଉଛି । ଏ ନେଇ ସୂଚନା ଦେଇ ପ୍ରାଇମବ୍ରାଞ୍ଚ ଏଡିଜି ବିକେ ଶର୍ମା କହିଛନ୍ତି, ଗଞ୍ଜେଇ ଚାଷ ବନ୍ଦ, ହୋଇଥିବା ଚାଷକୁ ନଷ୍ଟ କରାଯିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଆଦି ବିଷୟ ଉପରେ ବୈଠକରେ ଆଲୋଚନା ହୋଇଛି । ଗତବର୍ଷ ରାଜ୍ୟରେ ୩୦୦୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଟାର୍ଗେଟ କରାଯାଇଥିଲା । ଏହି ସମୟ ମଧ୍ୟରେ ୩୭୦୦ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଆଗାମୀ ଦିନରେ ସେଟାଲାଇଟ ଫଟୋ ମାଧାରରେ ଗଞ୍ଜେଇ ଗଛ ନଷ୍ଟ କରାଯିବା ନେଇ ଆଲୋଚନା ହେଉଥିବା ଏଡିଜି ଶର୍ମା କହିଛନ୍ତି ।

ଡିଜିପି ସଞ୍ଜିବ ମାରିକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ବିକେ ଶର୍ମା, ଅତିରିକ୍ତ ପିସିସିଏଫ୍ ଜେପି ସିଂ, ଓକାକର ବୈଜ୍ଞାନିକ ଡିକେ ରାଓ, ୬ଟି ରେଞ୍ଜର ଆଇଜି, ଡିଆଇଜି, ୧୦ଟି ଜିଲ୍ଲାର ଏସପି, ବନ ବିଭାଗ, ଅବକାରୀ, ଏନସିବି ଓ ଏସପିଏଫର ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଗତବର୍ଷ ମଧ୍ୟ ଗଞ୍ଜେଇ ଚାଷ ରୋକିବା ନେଇ ବୈଠକ ହୋଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତି କେତେ ଦୂର କାର୍ଯ୍ୟକାରୀ ହୋଇଛି ଓ ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ମଧ୍ୟ ଆଲୋଚନା ହେବାର ଅଛି।

Related story