ଲୁଟ୍‌ର ନୀଳନକ୍ସା ପଛରେ ଲେଡି ଅଫିସର ନୀଳିମା  

କଟକ(ଓଡ଼ିଶା ରିପୋର୍ଟର): କଟକ IIFL ଲୁଟ୍ ଘଟଣାରେ ଡିସିପି ପ୍ରତୀକ ସିଂହଙ୍କ ପ୍ରେସମିଟ୍ କରିଛନ୍ତି। ଡିସିପି କହିଛନ୍ତି ଯେ, ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଜେରା କରିଛୁ। ଘର ରେଡ୍ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଅମ୍ରିତ ସହ ଜଣେ ମହିଳା କର୍ମଚାରୀ ସଂପୃକ୍ତ ଅଛନ୍ତି। ନୀଳିମା ଲେଙ୍କା ନାମ୍ନୀ ସଂପୃକ୍ତ କର୍ମଚାରୀ ଲୁଟ୍ ପ୍ଲଟରେ ସାମିଲ ଥିଲେ। IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଲେଡି ଅଫିସର। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ […]

700

Tapas Behera
  • Published: Wednesday, 25 November 2020
  • , Updated: 26 November 2020, 01:07 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ IIFL ଲୁଟ୍ ଘଟଣାରେ ଡିସିପି ପ୍ରତୀକ ସିଂହଙ୍କ ପ୍ରେସମିଟ୍ କରିଛନ୍ତି। ଡିସିପି କହିଛନ୍ତି ଯେ, ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଜେରା କରିଛୁ। ଘର ରେଡ୍ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଅମ୍ରିତ ସହ ଜଣେ ମହିଳା କର୍ମଚାରୀ ସଂପୃକ୍ତ ଅଛନ୍ତି। ନୀଳିମା ଲେଙ୍କା ନାମ୍ନୀ ସଂପୃକ୍ତ କର୍ମଚାରୀ ଲୁଟ୍ ପ୍ଲଟରେ ସାମିଲ ଥିଲେ। IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଲେଡି ଅଫିସର। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି ସେ କ୍ରାଇମପ୍ଲଟ ରଚିଥିଲେ। ଲୁଟ୍ ପାଇଁ ଲେଡି ଅଫିସର ହିଁ ଅମ୍ରିତକୁ ବୁଦ୍ଧି ଦେଇଥିଲା। ସଂପୃକ୍ତ ଲେଡି ଅଫିସରଙ୍କୁ ଅଟକ ରଖି ଜେରା ଚାଲିଥିବା ସୂଚନା ଦିଆଯାଇଛି ।

ଘଟଣାରେ ସଂସ୍ଥାର ଆଉ କିଛି ଅଧିକାରୀ ମଧ୍ୟ ସଂପୃକ୍ତ ଥିବା ସୂଚନା ମିଳିଛି। ଅମ୍ରିତ ଏବଂ ନୀଳିମା ସୁନା ମୂଲ୍ୟାୟନକାରୀ ଭାବେ କାମ କରୁଥିଲେ। ଋଣ ଗ୍ରହୀତା ସୁନା ଫେରାଉଥିଲେ ବି ଲିଷ୍ଟରୁ କାଟୁ ନଥିଲେ। ଋଣକାରୀ ଫେରାଉଥିବା ଟଙ୍କାକୁ ନିଜେ ହଡ଼ପ କରିନେଉଥିଲେ। ସୁନା ନଥିଲେ ବି କେବଳ ଫାଇଲ ପତ୍ରରେ ସୁନା ଥିବା ଦେଖାଉଥିଲେ। ଡିସିପିଙ୍କ କହିବା କଥା, ଏଭଳି ଲୁଟ୍ପାଟ୍ କରି ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲାଲା ଅମ୍ରିତ ରାୟ ପୂରା ଅୟସ କରୁଥିଲା । ବଡ଼ ହୋଟେଲରେ ଖାଇବାଠୁ ଆରମ୍ଭ କରି ଦାମୀ ଗାଡ଼ି ଚଢୁଥିଲା ଲାଲା ଅମ୍ରିତ।

 

ଆଗକୁ ପଢ଼ନ୍ତୁ : ସାଂଘାତିକ୍‌ ବ୍ଲୁ-ପ୍ରିଣ୍ଟ ପଛରେ ଭାଇ-ଭାଇ

Related story