କଟକ: ଯାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବାଙ୍କୀ ଯାଇ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ହାଇଲେଭଲ ସେତୁର ଉଦଘାଟନ କରିଛନ୍ତି।  ଏହାଦ୍ୱାରା କଟକ ଓ ଆଠଗଡ଼ ମଧ୍ୟରେ ସିଧା ସଂଯୋଗ ହୋଇପାରିବ। ଉଦଘାଟନୀ ଉତ୍ସବରେ ସାଂସଦ ଭର୍ତ୍ତୃହରି ମହାତାବ, ବିଧାୟକ ପ୍ରଭାତ ତ୍ରିପାଠୀ ଓ ରଣେନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ପରେ ସେ କଟକ ଆସି ଆଚାର୍ଯ୍ୟ ହରିହର ହସପିଟାଲ ଲିନିଆକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କରିଛନ୍ତି। […]

cuttack

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 08:34 AM IST

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବାଙ୍କୀ ଯାଇ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ହାଇଲେଭଲ ସେତୁର ଉଦଘାଟନ କରିଛନ୍ତି।  ଏହାଦ୍ୱାରା କଟକ ଓ ଆଠଗଡ଼ ମଧ୍ୟରେ ସିଧା ସଂଯୋଗ ହୋଇପାରିବ। ଉଦଘାଟନୀ ଉତ୍ସବରେ ସାଂସଦ ଭର୍ତ୍ତୃହରି ମହାତାବ, ବିଧାୟକ ପ୍ରଭାତ ତ୍ରିପାଠୀ ଓ ରଣେନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ।

ପରେ ସେ କଟକ ଆସି ଆଚାର୍ଯ୍ୟ ହରିହର ହସପିଟାଲ ଲିନିଆକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାସହ ଭୁବନାନନ୍ଦ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ଶିଶୁ ଭବନରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Related story