କଟକ ଜିଲ୍ଲା ଓ ଦୌରାଜଜରେ ଜାମିନ ଆବେଦନ କଲେ ସାରଥି

କଟକ: ବିବାଦରେ ଫସି ଗିରଫ ହୋଇ ଚୌଦ୍ୱାର ଜେଲରେ ଥିବା ସାରଥି ଜାମିନରେ ଯିବା ଲାଗି ଆବେଦନ କରିଛନ୍ତି । ସାରଥିଙ୍କ ଓକିଲ ଏ ନେଇ କଟକ ଜିଲ୍ଲା ଓ ଦୌରାଜଜଙ୍କ ଆଦାଲତ ନିକଟରେ ଆଜି ଆବେଦନ କରିଛନ୍ତି। ପୂର୍ବରୁ ସାରଥି ଗତ ୧୫ ତାରିଖରେ କଟକ ଏସଡିଜିଏମଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିବାରୁ ଏହାର ବିରୋଧ କରି ସେ ପୁଣି ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ […]

baba11111111111111

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 10:49 AM IST

କଟକ: ବିବାଦରେ ଫସି ଗିରଫ ହୋଇ ଚୌଦ୍ୱାର ଜେଲରେ ଥିବା ସାରଥି ଜାମିନରେ ଯିବା ଲାଗି ଆବେଦନ କରିଛନ୍ତି । ସାରଥିଙ୍କ ଓକିଲ ଏ ନେଇ କଟକ ଜିଲ୍ଲା ଓ ଦୌରାଜଜଙ୍କ ଆଦାଲତ ନିକଟରେ ଆଜି ଆବେଦନ କରିଛନ୍ତି। ପୂର୍ବରୁ ସାରଥି ଗତ ୧୫ ତାରିଖରେ କଟକ ଏସଡିଜିଏମଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିବାରୁ ଏହାର ବିରୋଧ କରି ସେ ପୁଣି ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସିଆରପିସିର ଧାରା ୪୩୯ ଅନୁଯାୟୀ ସେ ଜାମିନ ଆବେଦନ କରିଥିବା ଜଣାପଡିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସାରଥିଙ୍କୁ ଦୁଇ ଦୁଇଥର ରିମାଣ୍ଡରେ ଅଣାଯିବା ପରେ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରାଯାଇଛି। ପରେ ରିମାଣ୍ଡ ଅବଧି ଶେଷ ହେବାରୁ ଗତ ଶନିବାର ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି।

Related story