କଟକ: ମାଛସାହି ପୂଜା ମଣ୍ଡପରେ ବୋମାମାଡ଼

କଟକ: କଟକ ବଜ୍ରକବାଟି ରୋଡରେ ଥିବା ମାଛସାହି ପୂଜା ମଣ୍ଡପରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି । ସନ୍ଧ୍ୟା ପ୍ରାୟ ସାଢେ଼ ୮ଟା ବେଳେ ପୂଜା ମଣ୍ଡପଠାରେ ଥିବା ଏକ ଚାରା ଦୋକାନ ଉପରକୁ ଦୁର୍ବୃତ୍ତମାନେ ଦୁଇଟି ବୋମା ଫିଙ୍ଗି ଫେରାର୍ ହୋଇଯାଇଥିଲେ । ଏଥିରେ ଦୋକାନରେ କ୍ଷୟକ୍ଷତି ଘଟିଥିବା ବେଳେ କେହି ହତାହତ ହୋଇ ନ ଥିବା ଜଣାପଡିଛି । ବୋମାମାଡ଼ର କାରଣ ଜଣାପଡ଼ି ନ ଥିବା ବେଳେ ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ […]

boma

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 02:22 AM IST

କଟକ: କଟକ ବଜ୍ରକବାଟି ରୋଡରେ ଥିବା ମାଛସାହି ପୂଜା ମଣ୍ଡପରେ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି । ସନ୍ଧ୍ୟା ପ୍ରାୟ ସାଢେ଼ ୮ଟା ବେଳେ ପୂଜା ମଣ୍ଡପଠାରେ ଥିବା ଏକ ଚାରା ଦୋକାନ ଉପରକୁ ଦୁର୍ବୃତ୍ତମାନେ ଦୁଇଟି ବୋମା ଫିଙ୍ଗି ଫେରାର୍ ହୋଇଯାଇଥିଲେ । ଏଥିରେ ଦୋକାନରେ କ୍ଷୟକ୍ଷତି ଘଟିଥିବା ବେଳେ କେହି ହତାହତ ହୋଇ ନ ଥିବା ଜଣାପଡିଛି । ବୋମାମାଡ଼ର କାରଣ ଜଣାପଡ଼ି ନ ଥିବା ବେଳେ ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Related story