ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଦୁଇ ଓ୍ୱେବ୍‌ ପୋର୍ଟାଲ ସାମ୍ବାଦିକ ହାଜର

କଟକ(ଓଡ଼ିଶା ରିପୋର୍ଟର): ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ଆଜି ମଙ୍ଗଳାବାଗ ଥାନାରେ ହାଜର ହୋଇଛନ୍ତି ଦୁଇ ଓ୍ୱେବ୍‌ ପୋର୍ଟାଲ ସାମ୍ବାଦିକ ଅସିତ କୁମାର ରାଉତ ଓ ଦାମୋଦର ସେଠୀ। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଦୁଷ୍ମନ୍ତ ଠିକ୍‌ ଭାବେ ଚାଲି ପାରୁନଥିବା ବେଳେ ଭୁବନେଶ୍ୱର ଗଲେ କେମିତି? ଦୁଷ୍ମନ୍ତ ଭୁବନେଶ୍ୱର ଯିବାରେ ସେମାନଙ୍କ ଭୂମିକା କଣ? ଏପରି ଅନେକ ପ୍ରଶ୍ନ ଦୁଇ ସାମ୍ୱାଦିକଙ୍କୁ ପଚରା ଯାଇଥିବା ଚର୍ଚ୍ଚା ହେଉଛି। ଦୁର୍ଘଟଣା ପରେ ଦୁଷ୍ମନ୍ତ ଠିକ୍ ଭାବେ ଚାଲି […]

Dusmant

Dusmant

Manoranjan Sial
  • Published: Wednesday, 15 September 2021
  • Updated: 15 September 2021, 03:56 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ଆଜି ମଙ୍ଗଳାବାଗ ଥାନାରେ ହାଜର ହୋଇଛନ୍ତି ଦୁଇ ଓ୍ୱେବ୍‌ ପୋର୍ଟାଲ ସାମ୍ବାଦିକ ଅସିତ କୁମାର ରାଉତ ଓ ଦାମୋଦର ସେଠୀ। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଦୁଷ୍ମନ୍ତ ଠିକ୍‌ ଭାବେ ଚାଲି ପାରୁନଥିବା ବେଳେ ଭୁବନେଶ୍ୱର ଗଲେ କେମିତି? ଦୁଷ୍ମନ୍ତ ଭୁବନେଶ୍ୱର ଯିବାରେ ସେମାନଙ୍କ ଭୂମିକା କଣ? ଏପରି ଅନେକ ପ୍ରଶ୍ନ ଦୁଇ ସାମ୍ୱାଦିକଙ୍କୁ ପଚରା ଯାଇଥିବା ଚର୍ଚ୍ଚା ହେଉଛି।

ଦୁର୍ଘଟଣା ପରେ ଦୁଷ୍ମନ୍ତ ଠିକ୍ ଭାବେ ଚାଲି ପାରୁନଥିବାବେଳେ କିଏ ତାଙ୍କୁ ଭୁବନେଶ୍ୱର ଆଣିଥିଲେ ଓ କିଏ ତାଙ୍କୁ ବିଷ ଦେଇଥିଲେ ଏ ନେଇ ଦୁଷ୍ମନ୍ତଙ୍କ ମା’ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଯେଉଁ ଦୁଇ ସାମ୍ବାଦିକଙ୍କୁ ସମନ୍ କରିଛି, ସେମାନେ ଦୁଷ୍ମନ୍ତଙ୍କ ସହ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁଷ୍ମନ୍ତଙ୍କ ମୃତ୍ୟୁ ପଛରେ ଏମାନଙ୍କ ହାତ ଥିବା ନେଇ ସନ୍ଦେହ ରେ ପୁଲିସ ତାଙ୍କୁ ଜେରା କରୁଛି।

୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ। ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାର୍ଚ୍ଚ ୨୩ ତାରିଖରେ ତାଙ୍କ ବାମ ଗୋଡ଼ର ପ୍ରଥମ ଅପରେସନ କରାଯାଇଥିଲା। ୨୦୨୦ ଜୁନ୍ ୧୯ ତାରିଖରେ ଦୁଷ୍ମନ୍ତଙ୍କ ଦ୍ୱିତୀୟ ଅପରେସନ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ ତାରିଖରେ କରୋନା ସଂକ୍ରମଣର ଆଳ ଦେଖାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ପରଠୁ ଅବହେଳା କରାଯାଉଥିଲା। ତେଣୁ ସେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଏସସିବି ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଗୁହାରି କରିଥିଲେ। ହେଲେ ସବୁଆଡ଼ୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ଆଉ ଶେଷରେ କୌଣସି ଉପାୟ ନ ପାଇ ସେ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପୂର୍ବ ଭାରତର ସବୁଠାରୁ ବଡ଼ ମେଡିକାଲ୍‌ ଏସିସିବି ମେଡିକାଲ୍‌ ବିରୋଧରେ ଗୁରୁତର ଅଭିଯୋଗ ଆଣି ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍କନ୍ତ। ସେ ହାତ କାଟିଥିଲେ ଓ ବିଷ ପିଇଦେଇଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ୍‌ ପୁଲିସ୍‌ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos