ଦାଦାବଟି ମାଗି ବନ୍ଧା ହେଲେ ୩ ଅଭିଯୁକ୍ତ

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ଦାଦାବଟି ମାଗିଲେ ତଡିପାରର ଧମକ ଦେଇଥିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହା ସତ୍ତ୍ୱେ କଟକ ଟାଉନ୍‌ରେ ଦାଦାବଟି ମଗା ଯାଉଥିଲା। ଏନେଇ ଅଭିଯୋଗ ହେବା ପରେ ମଙ୍ଗଳାବାଗ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ଘର ରାଣୀହାଟ ଗୋପାଳସାହିରେ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ବଜ୍ରକବାଟି ମାଳିସାହି ଅଞ୍ଚଳର କୁଞ୍ଜବିହାରୀ ଧୀର ନାମକ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ନ ଦେଲେ […]

cuttack

Manoranjan Sial
  • Published: Saturday, 17 October 2020
  • , Updated: 17 October 2020, 04:21 PM IST

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ଦାଦାବଟି ମାଗିଲେ ତଡିପାରର ଧମକ ଦେଇଥିଲେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହା ସତ୍ତ୍ୱେ କଟକ ଟାଉନ୍‌ରେ ଦାଦାବଟି ମଗା ଯାଉଥିଲା। ଏନେଇ ଅଭିଯୋଗ ହେବା ପରେ ମଙ୍ଗଳାବାଗ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ଘର ରାଣୀହାଟ ଗୋପାଳସାହିରେ ବୋଲି ଜଣାପଡିଛି।

ଅଭିଯୁକ୍ତମାନେ ବଜ୍ରକବାଟି ମାଳିସାହି ଅଞ୍ଚଳର କୁଞ୍ଜବିହାରୀ ଧୀର ନାମକ ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି।

Related story