କଟକ ଲୋକେ ହ୍ୱାଟ୍ସ‌ଆପ୍‌ରେ କରିପାରିବେ ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବେଳେ ହ୍ୱାଟ୍ସ‌ଆପରେ ଅଭିଯୋଗ କରିପାରିବେ କଟକର ସାଧାରଣ ଜନତା। ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଜାରି ହୋଇଥିବା ନମ୍ବରଟି ହେଲା ୮୭୬୩୦୬୮୧୬୭। ମହାମାରୀ କରୋନା ଯୋଗୁ ହେଉଥିବା ସମସ୍ୟା ବିଷୟରେ ଏହି ନମ୍ବରରେ ଲୋକମାନେ ଅଭିଯୋଗ କରିପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ଅଭିଯୋଗ ପାଇବା ପରେ […]

pratik

Tapaswini Nayak
  • Published: Monday, 27 July 2020
  • , Updated: 27 July 2020, 07:59 AM IST

କଟକ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବେଳେ ହ୍ୱାଟ୍ସ‌ଆପରେ ଅଭିଯୋଗ କରିପାରିବେ କଟକର ସାଧାରଣ ଜନତା। ଲୋକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଜାରି ହୋଇଥିବା ନମ୍ବରଟି ହେଲା ୮୭୬୩୦୬୮୧୬୭।

ମହାମାରୀ କରୋନା ଯୋଗୁ ହେଉଥିବା ସମସ୍ୟା ବିଷୟରେ ଏହି ନମ୍ବରରେ ଲୋକମାନେ ଅଭିଯୋଗ କରିପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ଅଭିଯୋଗ ପାଇବା ପରେ ସେଗୁଡ଼ିକର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ଡିସିପି ନିଜେ ଅଭିଯୋଗ ଗୁଡ଼ିକର ନିରୀକ୍ଷଣ କରିବେ ଓ ଅଭିଯୋଗକାରୀଙ୍କୁ ଫୋନ୍ କରିବେ। ତେବେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଲୋକେ ସେମାନଙ୍କ ସମସ୍ୟାକୁ ଲେଖି ଅବା ଫଟୋ ଉଠାଇ ନହେଲେ ଭିଡିଓ କରି ପଠାଇପାରିବେ। ଏହି ନମ୍ବରରେ କଲ୍ ନ କରିବାକୁ ଡିସିପି କହିଛନ୍ତି।

 

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫,୯୨୮ ଜଣ ସୁସ୍ଥ ହୋଇସାରିଛନ୍ତି। ୯,୨୮୭ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୧୪୦ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।

Related story