ବନ୍ଧା ହେଲା ବିଜେଡି ନେତା ରାଜା କରଣ

କଟକ(ଓଡ଼ିଶା ରିପୋର୍ଟର): ଗରିବଙ୍କୁ ଘର ଦେବ କହି କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର ଟଙ୍କା ନେଇଥିଲା। ଏପରି ଲକ୍ଷ ଲକ୍ଷ ଟଙ୍କ। ଠକାଇଥିଲା କଟକ ମହାନଗର ନିଗମ(ସିଏମ୍‌ସି)ର ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଶୁକ୍ରବାର ରାଜାକୁ ଗିରଫ କରିଥିଲା। ପୁଲିସ୍‌ ତା’ ଘରୁ ନଗଦ ୧୪ ଲକ୍ଷ ୯୦ ହଜାର ନଗଦ ଟଙ୍କା ଓ ବହୁ […]

Cuttack

Manoranjan Sial
  • Published: Saturday, 05 February 2022
  • , Updated: 05 February 2022, 08:48 PM IST

କଟକ(ଓଡ଼ିଶା ରିପୋର୍ଟର): ଗରିବଙ୍କୁ ଘର ଦେବ କହି କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର ଟଙ୍କା ନେଇଥିଲା। ଏପରି ଲକ୍ଷ ଲକ୍ଷ ଟଙ୍କ। ଠକାଇଥିଲା କଟକ ମହାନଗର ନିଗମ(ସିଏମ୍‌ସି)ର ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ୱାମୀ ରାଜା କରଣ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଶୁକ୍ରବାର ରାଜାକୁ ଗିରଫ କରିଥିଲା। ପୁଲିସ୍‌ ତା’ ଘରୁ ନଗଦ ୧୪ ଲକ୍ଷ ୯୦ ହଜାର ନଗଦ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କରିଥିଲା।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଖାଲଗାଁର ସମୀର ପାଲ୍‌ ଜଣେ ଫ୍ରିଜ୍‌ ଓ ଏସି ମେକାନିକ୍‌। ତାଙ୍କର କଟକର ରାଜା କରଣାଙ୍କ ସହିତ ଚିହ୍ନା ପରିଚିତ ହୋଇଥିଲା। କଥାବାର୍ତ୍ତା ଛଳରେ ବସ୍ତି ବାସିନ୍ଦା ପାଇଁ ଅନ୍ଦରପୁର ଇଣ୍ଟିଗ୍ରେଟେଡ୍‌ ହାଉସିଂ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟରେ ନିର୍ମାଣ ହେଉଥିବା ଘର ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ୨ ଲକ୍ଷ ୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ରାଜା କହିଥିଲେ। ତାଙ୍କ କଥାରେ ରାଜି ହୋଇ ସମୀର ପର୍ଯ୍ୟାୟ କ୍ରମେ ୨ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ ବୋଲି ପୁଲିସ୍‌ କହିଛି।

ପୁଲିସ୍‌ ଆହୁରି ମଧ୍ୟ କହିଛି, ଟଙ୍କା ପାଇଲା ପରେ ସମୀରଙ୍କୁ ଘର ଦେଖାଇଥିଲେ ରାଜା କରଣ। ହେଲେ ଘର ହସ୍ତାନ୍ତର କଲେନାହିଁ। ଘର ନପାଇବାରୁ ସମୀର ଦେଇଥିବା ଟଙ୍କା ମାଗିଥିଲେ। ମାତ୍ର ସେ ଟଙ୍କା କିମ୍ୱା ଦେଲାନାହିଁ। ଆଉ କିଛି ଲୋକଙ୍କୁ ରାଜା ବେଆଇନ୍‌ ଭାବେ ଘରେ ଥଇଥାନ କରି ଦେଇଥିଲେ। ଘର ମାଲିକଙ୍କୁ ନକଲି କାଗଜପତ୍ର ପ୍ରଦାନ କରିଥିଲେ। ମିଳିଥିବା ଘର ବେଆଇନ୍‌ ବୋଲି ପରବର୍ତ୍ତୀ ସମୟରେ ଲୋକମାନେ ଜାଣିବାକୁ ପାଇଥିଲେ। ଏନେଇ ସେମାନେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଆଉ କିଛି ମାମଲା ମଧ୍ୟ ଜଗତପୁର ଥାନାରେ ହୋଇଛି। ଘର ଠକେଇ ଅଭିଯୋଗରେ ରାଜା କରଣ ନାଁରେ କମିଶନରେଟ୍‌ ପୁଲିସ ଅଧୀନରେ ୩ଟି ମାମଲା ରୁଜୁ ହୋଇଛି। ଲୋକଙ୍କଠାରୁ ଟଙ୍କା ନେଇ ଠକାଇଥିବା ଅଭିଯୋଗର ବଳିଷ୍ଠ ପ୍ରମାଣ ମିଳିବା ପରେ ପୁଲିସ ଶୁକ୍ରବାର ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ୍‌ କହିଛି।

ଗିରଫ ପୂର୍ବରୁ ପୁଲିସ୍‌ ରାଜା କରଣଙ୍କ ଘର ଓ ଅନ୍ଦରପୁର ଇଣ୍ଟିଗ୍ରେଟେଡ୍‌ ହାଉସିଂ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ଭିତରେ ଥିବା ଅଫିସ୍‌ରେ ଚଢ଼ଉ ହୋଇଥିଲା। ପୁଲିସ ସେଠାରୁ ୧୪ ଲକ୍ଷ ୯୦ ହଜାର ନଗଦ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିଲା। ରାଜା ନାଁରେ ପୂର୍ବରୁ ଦୁଇଟି ମାମଲା ଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ନାଁରେ ୫ଟି ମାମଲା ଦାୟର ହୋଇଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି। ତଦନ୍ତ ବେଳେ ଯାହା ବିରୋଧରେ ଅଭିଯୋଗ ଆସିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହ ରାଜା କରଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯିବ। ଏହା ପରେ ସବିଶେଷ ତଥ୍ୟ କୋର୍ଟକୁ ଜଣାଯିବ ବୋଲି ପୁଲିସ୍‌ କହିଛି।

Related story