ଏୟାର ଶୋ’ ପାଇଁ ବାୟୁସେନାର ଅଭ୍ୟାସ

କଟକ: କଟକରେ ଦୁଃସାହସିକ ଏୟାର ଶୋ’ କରିବା ପାଇଁ ବାୟୁସେନାର ପ୍ରସ୍ତୁତି ଆରମ୍ଭ କରିଛି। ଆଜି କାଠଯୋଡି ନଦୀ ପଠାରେ ବାୟୁସେନାର ସରାଙ୍ଗ ଟିମ୍‌ ଅଭ୍ୟାସ ଆରମ୍ଭ କରିଛି। ଏୟାର ଶୋ’ରେ ସରାଙ୍ଗ ସହ ସୂର୍ଯ୍ୟକିରଣ ଆକ୍ରୋବାଟ୍‌ ଓ ଆକାଶ ଗଙ୍ଗା ଟିମ୍‌ର ଦୁଃସାହସିକ କୌଶଳ ଦେଖିବାକୁ ମିଳିବ। ଶୁକ୍ରବାର ଅପରାହ୍ନ ୧୦.୪୫ ମିନିଟ୍‌ରେ ଆରମ୍ଭ ହୋଇ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିବ ଏହି ଏୟାର ଶୋ’। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍‌.ସି ଜମୀର ଓ ମୁଖ୍ୟମନ୍ତ୍ରୀ ନବୀନ […]

airforce

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 08:22 PM IST

କଟକ: କଟକରେ ଦୁଃସାହସିକ ଏୟାର ଶୋ’ କରିବା ପାଇଁ ବାୟୁସେନାର ପ୍ରସ୍ତୁତି ଆରମ୍ଭ କରିଛି। ଆଜି କାଠଯୋଡି ନଦୀ ପଠାରେ ବାୟୁସେନାର ସରାଙ୍ଗ ଟିମ୍‌ ଅଭ୍ୟାସ ଆରମ୍ଭ କରିଛି। ଏୟାର ଶୋ’ରେ ସରାଙ୍ଗ ସହ ସୂର୍ଯ୍ୟକିରଣ ଆକ୍ରୋବାଟ୍‌ ଓ ଆକାଶ ଗଙ୍ଗା ଟିମ୍‌ର ଦୁଃସାହସିକ କୌଶଳ ଦେଖିବାକୁ ମିଳିବ।

ଶୁକ୍ରବାର ଅପରାହ୍ନ ୧୦.୪୫ ମିନିଟ୍‌ରେ ଆରମ୍ଭ ହୋଇ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିବ ଏହି ଏୟାର ଶୋ’। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍‌.ସି ଜମୀର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାଠଯୋଡ଼ି ପାର୍କରେ ଦୁଇଟି ସ୍ଥାନରେ ସ୍ପେଶାଲ ଏନ୍‌କ୍ଲୋଜର କରାଯାଇଥିବା ବେଳେ ଭିଆଇପି ଏବଂ ନିମନ୍ତ୍ରିତ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିଅଞ୍ଚଳରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଆମିଷ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୦ ପରେ ଦ୍ୱିତୀୟ ଥର ଲାଗି କଟକରେ ଏହି ଏୟାର ଶୋ’ ଆୟୋଜନ କରାଯାଉଛି।

Related story