କଟକରେ ନେହେରୁଙ୍କୁ ଅସମ୍ମାନ: ଏତଲା ଦେଲା କଂଗ୍ରେସ

କଟକ: ନେତାଜୀ ସେବା ସଦନ ଭିଜିଟର୍ସ ବୁକ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରାଯାଇଥିବା ନେଇ କଟକ ଦରଘାବଜାର ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱରର ପ୍ରମୋଦ ଦେ ଓ ତାଙ୍କ ପତ୍ନୀଙ୍କ ନାଁରେ ଏତଲା ଦେଇଛି କଟକ ନଗର କଂଗ୍ରେସ କମିଟି। ଏତଲାକୁ ଗ୍ରହଣ କରାଯାଇ ଏକ ମାମଲା ରୁଜୁ କରାଯାଇଥିବା କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ଗତକାଲି […]

ctc-congress

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 02:20 PM IST

କଟକ: ନେତାଜୀ ସେବା ସଦନ ଭିଜିଟର୍ସ ବୁକ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରାଯାଇଥିବା ନେଇ କଟକ ଦରଘାବଜାର ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱରର ପ୍ରମୋଦ ଦେ ଓ ତାଙ୍କ ପତ୍ନୀଙ୍କ ନାଁରେ ଏତଲା ଦେଇଛି କଟକ ନଗର କଂଗ୍ରେସ କମିଟି। ଏତଲାକୁ ଗ୍ରହଣ କରାଯାଇ ଏକ ମାମଲା ରୁଜୁ କରାଯାଇଥିବା କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।

ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ସହ କିଛି କଂଗ୍ରେସ ନେତା କଟକ ସ୍ଥିତ ନେତାଜୀ ସେବା ସଦନ ପରିଦର୍ଶନରେ ଯାଇଥିଲେ। ଏଠାରେ ରହିଥିବା ଭିଜିଟର୍ସ ବୁକ୍‌ରେ ପ୍ରମୋଦ ରଞ୍ଜନ ଦେ ନେହେରୁଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ମତ ଲେଖିଥିବା କଂଗ୍ରେସ ନେତାଙ୍କ ନଜରକୁ ଆସିଥିଲା। ଏହା ପରେ ଆଜି ତାଙ୍କ ବିରୋଧରେ କଂଗ୍ରେସ ବିଧିବଦ୍ଧ ଅଭିଯୋଗ କରିଛି।

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ କହିଛନ୍ତି,“ଉକ୍ତ ଭଦ୍ର ବ୍ୟକ୍ତିଙ୍କ ବିରୋଧରେ ଆମେ ଏତଲା ଦେଇଛୁ। ମାନହାନୀ ମାମଲାରେ ତାଙ୍କୁ ଗିରଫ କରାଯାଇ ସଜ୍ଜା ଦିଆଯିବାକୁ ଦାବି କରିଛୁ। ତାଙ୍କୁ ଦଣ୍ଡ ଦେଇ ଏକ ଉଦାହରଣ ସୃଷ୍ଟି କରିବାକୁ ଆମେ ପୋଲିସ୍‌କୁ କହିଛୁ। ସେମିତି ହେଲେ ଯେଉଁମାନଙ୍କ ପାଇଁ ଆମେ ସ୍ୱାଧୀନ ହୋଇଛୁ ସେମାନଙ୍କ ପ୍ରତି କେହି ଅଶାଳୀନ ମନ୍ତବ୍ୟ ଦେବାକୁ ଆଉ ସାହାସ କରିବେ ନାହିଁ।”

କଟକର କଂଗ୍ରେସ କର୍ପୋରେଟର ଅରୁଣ ସେଠୀ କହିଛନ୍ତି,“ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନେହେରୁଙ୍କ ମର୍ଯ୍ୟାଦାହାନୀ କରୁଛି। ନେହେରୁ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନ ଥିଲେ, ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଶଦ୍ରୋହ ସହ ସମାନ। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରା ନ ଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ।”

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରମୋଦ। ସେ କହିଛନ୍ତି,“ନେତାଜୀଙ୍କ ଅନ୍ତର୍ଦ୍ଧାନ ସଂପର୍କିତ ଫାଇଲ୍ ସାର୍ବଜନୀନ କରାଯିବା ପରେ ତାଙ୍କ ବିଷୟରେ ଅନେକ ତଥ୍ୟ ଜାଣିବାକୁ ପାଇଥିଲି। ସ୍ୱାଧୀନତା ସଂଗ୍ରାମରେ ନେତାଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବି ତାଙ୍କୁ ଉପେକ୍ଷା କରଯାଇଥିବା ହୃଦବୋଧ ହୋଇଥିଲା। ମନର କ୍ଷୋଭ ପ୍ରକାଶ କରିବା ଲାଗି ସେ ନେହେରୁଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲି।”

Related story