ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରାଜ୍ୟରେ ଦୈନନ୍ଦିନ ଆସୁଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲଗାତାର ବହୁ ଦିନ ଧରି ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ଚିହ୍ନଟ ହେଉଥିଲେ। ତେବେ ଏଇ କିଛି ଦିନ ହେବ ଏ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହି ଆସୁଥିବା ବେଳେ ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ଅଗଷ୍ଟ ୨୩ର ରିପୋର୍ଟ ଆସିଥିବା ବେଳେ ଏଥିରେ କଟକରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ କେବଳ କଟକ ଜିଲ୍ଲାର ୫୮୯ ଜଣ ରହିଛନ୍ତି। କଟକରେ କେବେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୪୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୭୯ ଜଣ ଓ ଯାଜପୁରରୁ ୨୧୫ ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟରେ ୧୮୧ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୫୬ ଓ ରାୟଗଡ଼ାରୁ ୧୪୩ ଜଣ ଚିହ୍ନଟ ହୋଇଛନ୍ତି।
6. Boudh: 3
7. Cuttack: 589
8. Deogarh: 2
9. Dhenkanal: 13
10. Gajapati: 3
11. Ganjam: 179
12. Jagatsinghpur: 51
13. Jajpur: 215
14. Jharsuguda: 20
15. Kalahandi: 30
16. Kandhamal: 34
17. Kendrapada: 56
18. Keonjhar: 30
19. Khurda: 474
20. Koraput: 181
21. Malkangiri: 78— I & PR Department, Odisha (@IPR_Odisha) August 24, 2020
୫୮୯ ନୂଆ କେସ୍ ସହିତ କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୯୨୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୫୮୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୩୦୫ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧିପାଇଛି। ଅନ୍ୟ ୪ କରୋନା ଆକ୍ରାନ୍ତଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଗଞ୍ଜାମରେ ୧୬,୫୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪,୪୪୪ ଜଣ ସୁସ୍ଥ ହୋଇସାରିଲେଣି। ୧,୮୯୭ ଜଣ ଚିକିତ୍ସାଧୀନ ଥିବା ବେଳେ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।
ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୬୮ରେ ପହଞ୍ଚିଥିବା ବେଳେ ୬,୭୭୧ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୫୩୩ ଜଣ ଚିକିତ୍ସାଧୀନ ଥିବା ବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି।