କଟକ: ଶିଶୁଭବନରେ ଶିଶୁମୃତ୍ୟୁ ନେଇ ଉତ୍ତେଜନା

କଟକ: ଶିଶୁ ମୃତ୍ୟୁକୁ ନେଇ ବୁଧବାର ସନ୍ଧ୍ୟାରେ ଶିଶୁ ଭବନରେ ଉତ୍ତେଜନା ପ୍ରକାଶ ପାଇଥିଲା। ନିମୋନିଆରେ ଆକ୍ରାନ୍ତ କଟକ ବ୍ରଜବିହାରୀପୁର ଅଞ୍ଚଳର ଏକ ଦେଢ ବର୍ଷର ଶିଶୁକୁ ଗତ ସୋମବାର ଦିନ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା ବେଳେ ଆଜି ସନ୍ଧ୍ୟାରେ ତା’ର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ଣରେ ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଏବଂ ତାକୁ ଖାଇବାକୁ ଦେବା ପାଇଁ ଡାକ୍ତର କହିଥିଲେ। ତେବେ କିଛି ସମୟ ପରେ ଶିଶୁର ମୃତ୍ୟୁ […]

sishu mrutue

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 05:44 PM IST

କଟକ: ଶିଶୁ ମୃତ୍ୟୁକୁ ନେଇ ବୁଧବାର ସନ୍ଧ୍ୟାରେ ଶିଶୁ ଭବନରେ ଉତ୍ତେଜନା ପ୍ରକାଶ ପାଇଥିଲା। ନିମୋନିଆରେ ଆକ୍ରାନ୍ତ କଟକ ବ୍ରଜବିହାରୀପୁର ଅଞ୍ଚଳର ଏକ ଦେଢ ବର୍ଷର ଶିଶୁକୁ ଗତ ସୋମବାର ଦିନ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା ବେଳେ ଆଜି ସନ୍ଧ୍ୟାରେ ତା’ର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ଣରେ ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଏବଂ ତାକୁ ଖାଇବାକୁ ଦେବା ପାଇଁ ଡାକ୍ତର କହିଥିଲେ। ତେବେ କିଛି ସମୟ ପରେ ଶିଶୁର ମୃତ୍ୟୁ ଘଟିବାରୁ ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ।

Related story