କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ ହୋଇଛନ୍ତି। ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ତାଙ୍କୁ ପୁଲସ ଗିରଫ କରିଛି। ଏଥିସହ ଆଉ ୩ ଜଣଙ୍କୁ ଗିରଫ ହୋଇଛନ୍ତି। ଏଥି ସହ ଜେଲରେ ଥିବା ଧଳସାମନ୍ତଙ୍କ ଘରୁ ୧ ଲକ୍ଷ ଟଙ୍କା ଜବତ କରିଛି ପୁଲିସ।
ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଏହା ପରେ ବେଆଇନ୍ ବନ୍ଧୁକ ରଖିବା ଅଭିଯୋଗରେ ପୁଣି ଥରେ ସେ ଗିରଫ ହୋଇଥିଲେ। ଏପରିକି ତାଙ୍କଠାରୁ ଦୁଇଟି ବନ୍ଧୁକ ଓ ୪ ଟି ଗୁଳି ଜବତ କରିଥିଲା ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଗ୍ରୋସରୀ ଦୋକାନ; ଥାନାରେ ଅଭିଯୋଗ
ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।
Miscellaneous
ଆଜି ଭୁବନେଶ୍ୱରରେ ହାଫ୍ ଡେ' ସ୍କୁଲ୍
ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ
୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।
Miscellaneous
ଆଜିଠୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ
ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ।
Politics
ଆଜି ପହଞ୍ଚିବେ ପିଏମ୍ ମୋଦି ଓ ଅମିତ ଶାହ, ସୁରକ୍ଷା ବଳୟରେ ରାଜଧାନୀ
ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।