ଲାଞ୍ଚ ନେଉଥିଲେ, ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ କନଷ୍ଟେବଳ

କଟକ(ଓଡିଶା ରିପୋର୍ଟର): ଆଜିକାଲି ଲାଞ୍ଚ ନ ଦେଲେ କିଛି କାମ ହେଉନି । ଡାକ୍ତରଖାନାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଯୋଉଠି ଦେଖିବ ସେଠି ଲାଞ୍ଚ । ଡାକ୍ତର ଲାଞ୍ଚ ନ ନେଲେ ଅପରେସନ କରୁ ନ ଥିବା ବେଳେ, ପୋଲିସ କଥା ନ କହିବା ଭଲ। ହେଲେ ଏମିତି ଦୁର୍ନୀତି ଉପରେ ଅଙ୍କୁଶ ଲାଗିପାରୁ ନାହିଁ। ନିକଟରେ କଟକରେ ଏମିତି ଜଣେ ଟ୍ରାଫିକ କନଷ୍ଟେବଳ ଲାଞ୍ଚ ନେଉଥିବାରୁ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ପ୍ରଶାସନ। ଅଭିଯୁକ୍ତ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି।

ଟ୍ରାଫିକ କନଷ୍ଟେବଳ ଜଣକ ଜଣେ ଗାଡ଼ି ଡ୍ରାଇଭର ସିଟ୍ ବେଲଟ ପିନ୍ଧି ନ ଥିବା ଅଭିଯୋଗରେ ୧୦୦୦ଟଙ୍କା ଲାଞ୍ଚ ମାଗି ୩୦୦ଟଙ୍କା ନେଉଥିବାର ଏକ ଭିଜୁଆଲ୍ ଭାଇରାଲ ହୋଇଥିଲ।  ଏହି ଘଟଣାର ଖୋଳତାଡ଼ ପରେ ସଂପୃକ୍ତ ବ୍ୟକ୍ତି କଟକର ଟ୍ରାଫିକ୍ କନଷ୍ଟେବଳ ବୋଲି ଜଣାପଡ଼ିଥିଲା।  ସୋସିଏଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସେହି କନଷ୍ଟେବଳଙ୍କୁ ତୁରନ୍ତ ସସପେଣ୍ଡ କରିବାକୁ ଟ୍ରାଫିକ ଅଧିକାରୀଙ୍କୁ ପୋଲିସ କମିଶନର କହିଥିଲେ।

ନିକଟରେ ପୋଲିସ ଓ ସେମାନଙ୍କ ପ୍ରତି  ଲୋକଙ୍କ ଆଚରଣକୁ ଜଗିବା ପାଇଁ  ଟ୍ରାଫିକ ବ୍ୟବସ୍ଥାରେ ବଡି କ୍ୟାମେରା ସାମିଲ କରାଯାଇଛି। କନେଷ୍ଟବଳ ଜଣକ ବଡି କ୍ୟାମେରା ପିନ୍ଧି ଥିବା ବେଳେ ଲାଞ୍ଚ ମାଗି ହିନସ୍ତା ହୋଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ବର୍ଷ ଆରମ୍ଭରୁ ପ୍ରଥମ ମାସରେ ହିଁ ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୦ ଲାଞ୍ଚୁଆ ଅଧିକାରୀ। ଜଣେ ପ୍ରଥମ ଶ୍ରେଣୀ, ୫ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩ ଜଣ ତୃତୀୟ ଶ୍ରେଣୀ ଓ ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି । ମୋଟ ୧ ଲକ୍ଷ ୮୦ ହଜାରରୁ ଅଧିକ ଟଙ୍କାର ଲାଞ୍ଚ କାରବାର ହୋଇଥିଲା  ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟ କଟକ କ୍ୟାର୍ଯ୍ୟାଳୟ ତରଫରୁ ଏସପି ଆଜି ଏହି ସୂଚନା ଦେଇଛନ୍ତି ।

Ordigital Desk
• Published: Thursday, 01 February 2018
• Updated: 01 February 2018, 09:24 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos