ନିଜ ସିନ୍ଦୂର ନିଜେ ପୋଛିଦେଲେ

କଟକ( ଓଡ଼ିଶା ରିପୋର୍ଟର): ଯାହାପାଇଁ ଦିନେ ମଥାରେ ସିନ୍ଦୂର ପିନ୍ଧିଥିଲେ, ଆଜି ନିଜ ହାତରେ ସେହି ସିନ୍ଦୂରକୁ ପୋଛିଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ବାଆଁର ରାମଚଣ୍ଡୀ ଗାଁରେ। ସ୍ୱାମୀଙ୍କୁ  ପିଟି ପିଟି  ତାଙ୍କ ସ୍ତ୍ରୀ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଗଜେନ୍ଦ୍ର ସାହୁ।

ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ସ୍ୱାମୀ ଗଜେନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।  ଗାଁ ଲୋକଙ୍କ ସାହାଯ୍ୟରେ ପୋଲିସ ମୃତଦେହ ଉଦ୍ଧାର କରିଛି।  ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।