ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାରେ ଆହୁରି ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ କେବଳ କଟକ ସହର (କଟକ ମହାନଗର ନିଗମ ଅଞ୍ଚଳ)ରୁ ଅଛନ୍ତି। କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଏହି ୨୭ ଜଣଙ୍କ ମଧ୍ୟରୁ ୨୦ ଜଣ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ। ସେହିପରି ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଅନ୍ୟ ୩ଟି ଲୋକାଲ୍ କେସ୍।
୨୭ଟି ନୂଆ କେସ୍ ସହିତ କେବଳ କଟକ ସହରରେ ୨୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫୦ ଜଣ ଚିକିତ୍ସାଧୀନ ରହିଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଛି।
ଯେଉଁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଗୌଡ଼ସାହିର ପ୍ରତାପ ନଗରୀ ଅଞ୍ଚଳର। ଅନ୍ୟ ଜଣେ ଶଙ୍କରପୁରର ମଙ୍ଗଳା ଲେନ୍ର। ଏମାନେ ସମସ୍ତେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ।
ସେହିଭଳି ୩ ଲୋକାଲ୍ କେସ୍ ମଧ୍ୟରୁ ୨ଟି ପୁରୁଣା ରାଉସା ପାଟଣାର ଓ ଗୋଟିଏ ଜୋବ୍ରାର ମୁରାଦ ଖାନ୍ ପାଟନା ଅଞ୍ଚଳର।
ଯେଉଁ ୨୦ ଜଣ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ ସେମାନଙ୍କ ମଧ୍ୟରୁ ୧୭ (୧୨ ପୁରୁଷ, ୫ ମହିଳା) ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ ଓ ଆଟେଣ୍ଡାଣ୍ଟ। ବାକି ୩ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ସେମାନେ ଅନ୍ୟ ଜିଲ୍ଲାକୁ ଯାଇଥିଲେ।
#COVID19 update in Cuttack city (CMC area)
Out of the 39 new COVID-19 +ve cases reported today in #Cuttack district, 27 +ve cases belong to Cuttack city (CMC area).
Regret to inform 5 deaths that took place recently. 2 COVID related and 3 for other underlying health issues. pic.twitter.com/fDl2mMWWnF
— CMC,Cuttack (@CMCCuttack) July 14, 2020