ଫ୍ରଡ୍‌ ମୋବାଇଲ୍ ସିମ୍‌ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌: ୩ ଗିରଫ, ୧୯ ହଜାରରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଜବତ

କଟକ (ଓଡ଼ିଶା ରିପୋର୍ଟର): ଏକ ଫ୍ରଡ୍ ମୋବାଇଲ୍ ସିମ୍‌ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍‌। ଏହା ସହିତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିଭିନ୍ନ ଟେଲିକମ୍ କଂପାନୀର ୧୯,୬୪୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଓ ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନଡ଼ିଆଳିର ଦୁଷ୍ମନ୍ତ ସାହୁ (୨୩), ଢେଙ୍କନାଳ ସହରର […]

Cyber loot

Jitendra Garnayak
  • Published: Sunday, 01 May 2022
  • , Updated: 01 May 2022, 02:12 PM IST

କଟକ (ଓଡ଼ିଶା ରିପୋର୍ଟର): ଏକ ଫ୍ରଡ୍ ମୋବାଇଲ୍ ସିମ୍‌ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍‌। ଏହା ସହିତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିଭିନ୍ନ ଟେଲିକମ୍ କଂପାନୀର ୧୯,୬୪୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଓ ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନଡ଼ିଆଳିର ଦୁଷ୍ମନ୍ତ ସାହୁ (୨୩), ଢେଙ୍କନାଳ ସହରର ସାଇ ପ୍ରକାଶ ଦାସ (୩୮) ଓ ଅବିନାଶ ନାୟକ (୩୨)। ୯୪୩୯୦୭୩୮୭୦ ନମ୍ବରରେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ଥାଇ ଖୋଲା ଯାଇଥିବା ହ୍ୱାଟ୍‌ସଆପ୍ ଆକାଉଣ୍ଟକୁ କେନ୍ଦ୍ର କରି ସାଇବର ସେଲ୍ ତା’ର ତଦନ୍ତ କରିଥିବା ବେଳେ ଏହି ତିନି ଅଭିଯୁକ୍ତଙ୍କ ପୂରା କାରନାମା ସାମ୍ନାକୁ ଆସିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଦୁଷ୍ମନ୍ତ ସାହୁ ହେଉଛି ଏହି ଗ୍ୟାଙ୍ଗର ମୁଖ୍ୟ। ଅନ୍ୟ ଦୁଇ ଅଭିଯୁକ୍ତ ତାକୁ ବିଭିନ୍ନ ଟେଲିକମ୍ କଂପାନୀର ସିମ୍ କାର୍ଡକୁ ପ୍ରି-ଆକ୍ଟିଭେଟେଡ୍ କରି ଦେଉଥିଲେ। ଦୁଷ୍ମନ୍ତ ବିଭିନ୍ନ ସୋଶାଲ୍ ମିଡିଆ ପ୍ଲାଟଫର୍ମରେ ସେ ‘Buyer Seller of OTP’ ନାଁରେ ଏକ ଗ୍ରୁପ୍ ବନେଇଥିଲା। ସେ ସେହି ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ର ନମ୍ବର ଗୁଡ଼ିକୁ ସେହି ଗ୍ରୁପ୍‌ରେ ଶେଆର କରୁଥିଲା। ଗ୍ରୁପ୍‌ରେ ଥିବା ଠକ ଓ ଲୁଟେରା ମାନେ ବିଭିନ୍ନ ଅନ୍‌ଲାଇନ୍ ଶପିଂ ଓ ଗେମିଂ ଆପ୍‌ରେ ଫେକ୍ ଆକାଉଣ୍ଟ ବା ୱାଲେଟ୍ ଖୋଲିବା ପାଇଁ ଏହି ନମ୍ବର ଗୁଡ଼ିକୁ ବ୍ୟବହାର କରୁଥିଲେ। ଏମିତିକି ଠକମାନେ ଏହି ଗ୍ରୁପ୍‌ରେ ପାଉଥିବା ନମ୍ବର ଯୋଗେ ହ୍ୱାଟ୍‌ସଆପ୍‌ରେ ମଧ୍ୟ ଫେକ୍ ଆକାଉଣ୍ଟ ଖୋଲୁଥିଲେ। ଯେତେବେଳେ ସେହି ସବୁ ନମ୍ବର ଗୁଡ଼ିକରେ ଆସୁଥିବା ଓଟିପି ଦୁଷ୍ମନ୍ତ ପାଖରେ ପହଞ୍ଚୁଥିଲା। ଦୁଷ୍କନ୍ତ ଗ୍ରୁପ୍‌ରେ ଓଟିପି ଗୁଡ଼ିକୁ ଶେଆର କରୁଥିଲା। ଆଉ ଗୋଟିଏ ସିମ୍‌ ପାଇଁ ଦୁଷ୍ମନ୍ତ ୪୦୦ ଟଙ୍କା ନେଉଥିଲା।

ସେ ଆହୁରି କହିଛନ୍ତି, ଏହି ଗ୍ୟାଙ୍ଗ ପାଖାପାଖି ଦୁଇ ବର୍ଷ ହେଲା ଏହି କାମ କରି ଆସୁଥିଲା। ଆମର ସାଇବର ସେଲ ସେମାନଙ୍କୁ ଗିରଫ କରିଛି। ତାଙ୍କର ଅନ୍ୟ ଲିଙ୍କ୍ ଥିବା ଆଶଙ୍କା କରାଯାଉଛି। ସେମାନଙ୍କର ବ୍ୟାଙ୍କ ଡିଟେଲ୍‌ସ ଯାଞ୍ଚ କରାଯିବ। ସେମାନଙ୍କ ଲାପଟାପ୍ ଆଦି ମଧ୍ୟ ଯାଞ୍ଚ ହେବ, ଯେଉଁଥିରେ ଆହୁରି ଅନେକ ପ୍ରମାଣ ରହିଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ।

ଏହି ଅଭିଯୁକ୍ତମାନଙ୍କ ସହିତ ବିଭିନ୍ନ ଟେଲିକମ୍ କମ୍ପାନୀର ଅଧିକାରୀମାନେ ମଧ୍ୟ ସଂଶ୍ଳୀଷ୍ଟ ଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସନ୍ଦେହ କରାଯାଉଛି। ତେଣୁ ସେ ଦିଗରେ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ୧୯,୬୪୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ମଧ୍ୟରୁ ୬୮୧୪ଟି ହେଉଛି ବିଏସ୍‌ଏନ୍‌ଏଲ୍‌ର, ୯୬୮୫ଟି ଭୋଡାଫୋନ୍‌ରଳ ୩୦୧୭ଟି ଜିଓର, ୨୫ଟି ଏୟାରଟେଲ୍‌ର, ୯୦ଟି ଆଇଡିଆର ଓ ୧୦ଟି ଟାଟାର। ସେମାନଙ୍କ ଠାରୁ ୨୪୭ଟି ରିଚାର୍ଜ ଭାଉଚର ମିଳିଛି। ତା’ ସହିତ ୪୮ଟି ମୋବାଇଲ୍ ଫୋନ୍‌, ଫିଙ୍ଗର ପ୍ରିଣ୍ଟ ସ୍କାନର, ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ୍ ଓ କ୍ରେଡିଟ୍ କାର୍ଡ, ଗୋଟିଏ ଲାପଯପ୍‌, ୪୪୦ଟି କଲର ଫଟୋ, ୩୯୪ଟି ଭୋଟର ଆଇକାର୍ଡ (ଜେରକ୍ସ),୫ଟି ଆଧାର କାର୍ଡ (ଜେରକ୍ସ), ୧୧ଟି କ୍ୟୁଆର୍‌ କୋଡ୍‌ ଓ ୧୦୮ଟି କଷ୍ଟମର ଆପ୍ଲିକେସନ୍ ଫର୍ମ ଜବତ କରାଯାଇଛି।

Related story