ସାଇବର ଠକଙ୍କ ଟାର୍ଗେଟରେ ଆଇଏଏସ୍‌, ଶିକାର ହେଲେ ଉନ୍ନୟନ କମିଶନର ପ୍ରଦୀପ ଜେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସାଇବର ଠକଙ୍କ ପ୍ରଭାବ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ରାଜ୍ୟରେ ସାଇବର ଅପରାଧ ଓ ଠକେଇ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ହେଲପଲାଇନ୍ ନମ୍ବରଠୁ ଆରମ୍ଭ କରି ୧୪ଟି ସାଇବର ଥାନା ରହିଥିଲେ ମଧ୍ୟ ତାହା ପ୍ରଭାବହୀନ ହୋଇପଡ଼ିଛି । ସାଇବର ଠକଙ୍କ ଟାର୍ଗେଟରେ ଆଇଏଏସ୍ ଅଫିସରମାନେ ରହିଥିବାବେଳେ ଆଜି ଏହାର ଶିକାର ହୋଇଛନ୍ତି ବରିଷ୍ଠ ଆଇଏଏସ୍ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ସେ ନିଜେ ଟ୍ୱିଟ୍ […]

Pradeep-Jena

Pradeep-Jena

Ordigital Desk
  • Published: Friday, 08 July 2022
  • Updated: 08 July 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସାଇବର ଠକଙ୍କ ପ୍ରଭାବ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ରାଜ୍ୟରେ ସାଇବର ଅପରାଧ ଓ ଠକେଇ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ହେଲପଲାଇନ୍ ନମ୍ବରଠୁ ଆରମ୍ଭ କରି ୧୪ଟି ସାଇବର ଥାନା ରହିଥିଲେ ମଧ୍ୟ ତାହା ପ୍ରଭାବହୀନ ହୋଇପଡ଼ିଛି । ସାଇବର ଠକଙ୍କ ଟାର୍ଗେଟରେ ଆଇଏଏସ୍ ଅଫିସରମାନେ ରହିଥିବାବେଳେ ଆଜି ଏହାର ଶିକାର ହୋଇଛନ୍ତି ବରିଷ୍ଠ ଆଇଏଏସ୍ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ସେ ନିଜେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

https://twitter.com/PradeepJenaIAS/status/1545352752359809025?s=20&t=A1Ui01Gu_PzlU3hiRdeHBA

ଟ୍ୱିଟ୍ ମାଧ୍ୟମରେ ଉନ୍ନୟନ କମିଶନର ଶ୍ରୀ ଜେନା ଜଣାଇଛନ୍ତି ଯେ, ହ୍ୱାଟସଅପ୍ ମୋବାଇଲ ନମ୍ବର-୭୩୨୦୯୩୭୮୭୭ରୁ କେହି ଜଣେ ତାଙ୍କ ଫଟୋ ଲଗାଇ ଲୋକଙ୍କଠୁ ଅର୍ଥ ସହାୟତା ମାଗୁଥିବାର ଖବର ସେ ଜାଣିବାକୁ ପାଇଛନ୍ତି। ଏହାପରେ ସେ ସଙ୍ଗେସଙ୍ଗେ ଏନେଇ ସାଇବର ପୁଲିସକୁ ଅବଗତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବାବେଳେ ଯେଉଁମାନେ ଏଭଳି ମେସେଜ୍ ପାଉଛନ୍ତି ସେମାନେ ତୁରନ୍ତ ପୁଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି । କେହି ଜଣେ ତାଙ୍କ ନାଁରେ ଏଭଳି ଠକାମି କରୁଛି, ତେଣୁ ଏହାକୁ ବିଶ୍ୱାସ ନକରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ଯେଉଁ ମୋବାଇଲ ନମ୍ବରରୁ ହ୍ୱାଟସଅପ୍ ମେସେଜ୍ ଯାଉଛି ତାହା ତାଙ୍କର ନୁହେଁ କି ସେ ଏହାକୁ କେବେ ଉପଯୋଗ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

https://twitter.com/PradeepJenaIAS/status/1545352795628249088?s=20&t=A1Ui01Gu_PzlU3hiRdeHBA

ସେହିପରି ଗତକାଲି ଗଞ୍ଜାମ ଜିଲ୍ଲାପାଳ ତଥା ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ସାଇବର ଥାନାରେ ଏଭଳି ଠକେଇର ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ହ୍ୱାଟସଅପ୍ ମେସେଜ୍ ପଠାଇ ଆର୍ଥିକ ସହାୟତା ଲୋଡ଼ୁଥିବା ନେଇ ସେ ଗତକାଲି ଜାଣିବା ପରେ ସଙ୍ଗେସଙ୍ଗେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଆଇଏଏସ୍ ପୁନମ ଗୁହାଙ୍କ ନାଁରେ ମଧ୍ୟ ସାଇବର ଠକମାନେ ହ୍ୱାଟସଅପ୍ ମେସେଜ୍ ମାଧ୍ୟମରେ ଅର୍ଥ ସହାୟତା ମାଗୁଥିବାର ଅଭିଯୋଗ ହୋଇଛି । ଏସବୁ ହ୍ୱାଟସଅପ୍ ମେସେଜରେ ସମ୍ପୃକ୍ତ ଅଫିସରମାନଙ୍କ ଫଟୋ ରହୁଥିବାରୁ ମେସେଜ୍ ପାଉଥିବା ବ୍ୟକ୍ତି ସହଜରେ ବିଶ୍ୱାସ କରି ଠକାମିର ଶିକାର ହେବାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ, ଗତବର୍ଷ ଆଇଏପିଏସ୍ ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀ ଓ ଓକାକର ସିଇଓ ମନୋଜ ପଟ୍ଟନାୟକଙ୍କ ମଧ୍ୟ ସାଇବର ଠକଙ୍କ ଶିକାର ହୋଇଥିଲେ । ଓଡ଼ିଶାରେ ୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ ମସିହାରେ ୨୦୩୭ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି । ତେବେ ଗ୍ରାମାଂଚଳରେ ରହୁଥିବା ଅନେକ ଲୋକ ସଚେତନତା ଅଭାବରୁ ସାଇବର ଠକାମିର ଶିକାର ହୋଇ ମଧ୍ୟ ମାମଲା ରୁଜୁ କରୁନଥିବା ଜଣାପଡ଼ିଛି । ସାଇବର ଠକଙ୍କ ଏଭଳି ପ୍ରାଦୁର୍ଭାବ ଓଡ଼ିଶାର ସାଇବର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story