ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ସାଇକେଲ ଯାତ୍ରା

କଟକ/ଭୁବନେଶ୍ୱର: ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ ନେପାଳର ରାଜଧାନୀ କାଠମାଣ୍ଡୁକୁ ଆଜିଠୁ ଆରମ୍ଭ ହୋଇଛି ସାଇକେଲ୍ ଯାତ୍ରା। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଛି ଏହି ଯାତ୍ରା। ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେନଚର କ୍ଲବର ୮ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ୧୨ ଦିନରେ ୧୪୫୦ କିଲୋମିଟର ଅତିକ୍ରମ କରି ସେମାନେ କାଠମାଣ୍ଡୁରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଅକ୍ଟୋବର ୯ ତାରିଖରେ ସେମାନେ କାଠମାଣ୍ଡୁରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ଅଭିଯାନର ଆଉ ଏକ ଉଦ୍ଦେଶ୍ୟ ହେଉଛି ସାଇକେଲିଂ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।