୧୨ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ, ଦୀଘା-ହାଟିଆ ମଧ୍ୟରେ କରିପାରେ ହିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତିପଥ ବଦଳାଉଛି ବାତ୍ୟା ଅମ୍ପାନ। ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଅମ୍ଫାନ୍‌  ଧିରେ ଧିରେ ଉତ୍ତର-ପଶ୍ମିମ ମୁହାଁ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟା ପ୍ରତି ୩କିଲୋମିଟର ବେଗ ରହିଛି। ପାରାଦୀପଠାରୁ ଏହା ୧୧୩୦ କିମି ଦୂରରେ ଥିବା ବେଳେ ଦିଘା-ବଂଲାଦେଶର ଖେପୁପରାଠାରୁ ରୁ ୧୨୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ […]

Amphan-update

Tapas Behera
  • Published: Sunday, 17 May 2020
  • , Updated: 17 May 2020, 04:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତିପଥ ବଦଳାଉଛି ବାତ୍ୟା ଅମ୍ପାନ। ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଅମ୍ଫାନ୍‌  ଧିରେ ଧିରେ ଉତ୍ତର-ପଶ୍ମିମ ମୁହାଁ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟା ପ୍ରତି ୩କିଲୋମିଟର ବେଗ ରହିଛି।

ପାରାଦୀପଠାରୁ ଏହା ୧୧୩୦ କିମି ଦୂରରେ ଥିବା ବେଳେ ଦିଘା-ବଂଲାଦେଶର ଖେପୁପରାଠାରୁ ରୁ ୧୨୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବା ନେଇ ଅନୁମାନ କରାଯାଉଛି। ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଡ଼କୁ ମୁହାଁଇବ। ପୁନର୍ବାର ଏହା ଉତ୍ତର ଏବଂ ଉତ୍ତର-ପୂର୍ବକୁ ବୁଲି ୨୦ ତାରିଖ ସୁଦ୍ଧା ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସେତେବେଳକୁ ଏହା ଭେରି ସିଭିୟର ସାଇକ୍ଲୋନିକ ରୂପ ନେଇ ସାରିଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବିଶେଷ କରି ଏହି ସମ୍ଭାବ୍ୟ ବାତ୍ୟା ଦୀଘା ଏବଂ ହାଟିଆ ମଧ୍ୟରେ ହିଟ୍ କରିପାରେ ବୋଲି ଆକଳନ କରାଯାଉଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି  ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।  ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା ଆଲର୍ଟ ଆଜି ମଧ୍ୟ ବଳବତ୍ତର ରହିଛି । ବାତ୍ୟାର ନୂଆ ଗତିପଥକୁ ଦେଖି ନୂଆ ଆଲର୍ଟ ଜାରି କରାଯିବା ସାଙ୍ଗକୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଏସ୍ଆରସି କହିଛନ୍ତି।

୧୯ ତାରିଖ ସଂଧ୍ୟାରୁ ଓଡ଼ିଶା ଉପରେ ପବନର ପ୍ରଭାବ ରହିବ  ତାହାକୁ ନଜର ରଖାଯାଇଛି । କେଉଁ ଜିଲ୍ଲାର କେଉଁ ଜାଗାରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ସେନେଇ ଆଲୋଚନା ଜାରି ରହିଛି  । ଆଜି ରାତିରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବାତ୍ୟାର ମୁକାବିଲା ଲାଗି ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାକୁ ଓଡ୍ରାଫ ଓ ଏନ୍‌ଡିଆରଏଫ୍ ଟିମ୍ ପଠାଯାଇଛି।

ଗୋଟିଏ ପଟେ କରୋନା ମୁକାବିଲା ଓ ଏପଟେ ବାତ୍ୟାକୁ ଦେଖି ପଦକ୍ଷେପ ନେଉଛନ୍ତି ସରକାର । ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର କୋଭିଡ୍ କାମରେ ଲାଗିନଥିବା ୫୪୨ଟି ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ୧୦୭୨ଟି କୋଠାକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରାଯାଇଛି । କୋଭିଡକୁ ପ୍ରାଧାନ୍ୟ ଦେଇ ସାମାଜିକ ଦୂରତା ଅବଲମ୍ବନ କରିବା ସହ ୧୨ଟି ଜିଲ୍ଲାରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିବ ବୋଲି ଏସ୍ଆରସି କହିଛନ୍ତି।

 

Related story