ଓଡ଼ିଶାରେ ତାଉ ଦେଖାଇଲା, ସୁନ୍ଦରବନରେ ଭାଉ ଖାଇବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ପ୍ରତି ଆଉ ବୁଲ୍‌ବୁଲ୍‌ ବିପଦ ନାହିଁ। ପଶ୍ଚିମବଙ୍ଗ ମୁହାଁ ହୋଇଛି ଏହି ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମ । କିନ୍ତୁ ଓଡ଼ିଶା ଉପକୂଳ ନିକଟରେ ଯିବା ସମୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଘଟାଇଛି କ୍ଷୟକ୍ଷତି । ପ୍ରବଳ ପବନ ଓ ବର୍ଷା ମାଡ଼ରେ ଏସବୁ ଜିଲ୍ଲାର ଏକାଧିକ ସ୍ଥାନରେ ଉଜୁଡ଼ିଯାଇଛି ହେକ୍ଟର ହେକ୍ଟର ଜମିର ଫସଲ। କାହାର ଚାଳ ଯାଇଛି ତ ଆଉ କାହାର ଚୁଲି। ଖାଲି ସେତିକି ନୁହେଁ, […]

c-9087

c-9087

Tapas Behera
  • Published: Saturday, 09 November 2019
  • Updated: 09 November 2019, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ପ୍ରତି ଆଉ ବୁଲ୍‌ବୁଲ୍‌ ବିପଦ ନାହିଁ। ପଶ୍ଚିମବଙ୍ଗ ମୁହାଁ ହୋଇଛି ଏହି ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମ । କିନ୍ତୁ ଓଡ଼ିଶା ଉପକୂଳ ନିକଟରେ ଯିବା ସମୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଘଟାଇଛି କ୍ଷୟକ୍ଷତି । ପ୍ରବଳ ପବନ ଓ ବର୍ଷା ମାଡ଼ରେ ଏସବୁ ଜିଲ୍ଲାର ଏକାଧିକ ସ୍ଥାନରେ ଉଜୁଡ଼ିଯାଇଛି ହେକ୍ଟର ହେକ୍ଟର ଜମିର ଫସଲ। କାହାର ଚାଳ ଯାଇଛି ତ ଆଉ କାହାର ଚୁଲି। ଖାଲି ସେତିକି ନୁହେଁ, ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାତାୟାତ ପ୍ରଭାବିତ ହୋଇଛିା

ସମୁଦ୍ରର ଘୋ ଘୋ ଗର୍ଜନ। ଅଶାନ୍ତ ହୋଇ କୂଳକୁ ମାଡ଼ି ଆସୁଥିଲା ଢେଉ। ଏପଟେ ବହୁଥିଲା ଅଣଚାଶ ପବନ। ତା’ସହ ବର୍ଷାର ତାଣ୍ଡବ। ଏ ହେଉଛି ସାଇକ୍ଳୋନିକ୍ ଷ୍ଟର୍ମ ବୁଲ୍‌ବୁଲର ପ୍ରଭାବ । ଓଡ଼ିଶା ଉପକୂଳ ନିକଟରେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବା ବେଳେ ବୁଲ୍‌ବୁଲ୍ ଏଭଳି ରୂପ ଦେଖାଇଛି  ପାରାଦୀପ ଅଞ୍ଚଳରେ। କେବଳ ସେତିକି ନୁହେଁ, ପ୍ରବଳ ପବନ ମାଡ଼ରେ ଗଛ ଭାଙ୍ଗିଯାଇ ଅବରୋଧ ହୋଇପଡ଼ିଛି ରାସ୍ତାଘାଟ। ସେହିପରି କାହା ଘର ଉପରେ ବିରାଟକାୟ ଗଛପଡ଼ିଛି ତ’ କାହାର ମାଟିଘର । ଦିନ ତମାମର ବର୍ଷାରେ ବତୁରି ଯାଇଛି। ଏପଟେ ବାସହରା ହୋଇ ଗୋରୁଗାଇ ଭଳି ଖୁନ୍ଦାଖୁନ୍ଦି ହୋଇ ଆଶ୍ରୟ ନେଇଛନ୍ତି ଜଗତସିଂପୁର ଜିଲ୍ଲାର ତଳି ଅଞ୍ଚଳର ଲୋକେ।

ବୁଲ୍‌ବୁଲଲ୍ ଯେ କେବଳ ଚାଳ ଆଉ ଚୁଲିକୁ ଭାଙ୍ଗିଦେଇଛି ତା ନୁହଁ, ଉଜାଡ଼ି ଦେଇଛି ହେକ୍ଟର ହେକ୍ଟର ଫସଲ। ଦିନ କେଇଟା ପରେ ଫସଲ ଅମଳ କରିଥାନ୍ତେ ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା ବ୍ଲକ ଅଞ୍ଚଳର ଚାଷୀ। କିନ୍ତୁ ବର୍ଷା ଆଉ ପବନ ମାଡ଼ରେ ଲୋଟିପଡ଼ିଛି ଅମଳକ୍ଷମ ଧାନ ଫସଲ। ବର୍ଷା-ପବନର  ପ୍ରକୋପ କମିବା ପରେ କ୍ଷେତରେ ପଶି ପାଣି ନିଷ୍କାସନ ପାଇଁ ଉଦ୍ୟମ କରୁଛନ୍ତି ଚାଷୀ। କେବଳ ବାଲେଶ୍ୱର ଜିଲ୍ଲା ନୁହଁ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ଏବଂ ଜଗତସିଂପୁର ଜିଲ୍ଲାରେ ବି ବ୍ୟାପକ ଫସଲହାନୀ ହୋଇଛି।

ବାତ୍ୟା ଆଜି ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ତୀବ୍ର ହୋଇଥିଲା ପବନର ବେଗ । ଫଳରେ କେନ୍ଦ୍ରାପଡ଼ା ଜିଲ୍ଲା ଗଜରାଜପୁରରେ ଆଜବେଷ୍ଟସ ଭାଙ୍ଗି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡାରେ ଜଣେ ଗର୍ଭବତୀଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଗଛପଡ଼ି ରାସ୍ତା ଅବରୋଧ ଯୋଗୁଁ ଆମ୍ବୁଲାନ୍ସ ଯାଇନପାରିବାରୁ ମେଡ଼ିକାଲରେ ପହଞ୍ଚିପାରିନଥିଲେ ଭଦ୍ରକ ବିନତରା ଗାଁର ଜଣେ ଗର୍ଭବତୀ। ସେପଟେ  ଭଦ୍ରକ ଧାମରା ସମୁଦ୍ରରେ ଫସିରହିଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story