ଆସୁଛି ‘ବୁଲବୁଲ’ ! ଓଡ଼ିଶା ବାତ୍ୟା ନେଇ ପୂର୍ବାନୁମାନ ଲଗାଇଲେ ବିଭିନ୍ନ ବିଦେଶୀ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ। ତା’ସହିତ ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା ବି ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି। ତେବେ ଲଘୁଚାପ, ଅବପାତର ରୂପ ନେବା ପରେ ବାତ୍ୟା ଓ ଏହାର ଗତିପଥ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଇଏମଡି ଡିଜି କହିଛନ୍ତି। ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି ଆକଳନ କରାଯାଉଛି । ବିଦେଶର ବିଭିନ୍ନ ପାଣିପାଗ ସଂସ୍ଥା ମଧ୍ୟ ବାତ୍ୟା ହେବାନେଇ ଆକଳନ କରିଛନ୍ତି। […]

v-9083

v-9083

Tapas Behera
  • Published: Monday, 04 November 2019
  • Updated: 04 November 2019, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ। ତା’ସହିତ ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା ବି ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି। ତେବେ ଲଘୁଚାପ, ଅବପାତର ରୂପ ନେବା ପରେ ବାତ୍ୟା ଓ ଏହାର ଗତିପଥ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଇଏମଡି ଡିଜି କହିଛନ୍ତି। ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି ଆକଳନ କରାଯାଉଛି । ବିଦେଶର ବିଭିନ୍ନ ପାଣିପାଗ ସଂସ୍ଥା ମଧ୍ୟ ବାତ୍ୟା ହେବାନେଇ ଆକଳନ କରିଛନ୍ତି। ତେବେ ଏ ଲଘୁଚାପ ବାତ୍ୟା ରୂପ ନେଲେ ତା ନାଁ ହେବ ବୁଲ୍‌ବୁଲ୍‌।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା।  ଧୀରେ ଧୀରେ ଏହି ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ୍ ଲୋ ପ୍ରେସର୍ ଓ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଅର୍ଥାତ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବା ଆଇଏମ୍‌ଡିର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ୮ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ସାମନ୍ୟା ବର୍ଷା ଏବଂ ୯-୧୦ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ  ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ସମୟରେ ସମୁଦ୍ର ବି ଅଶାନ୍ତ ରହିବ। ତେବେ ଡିପ୍ରେସନ୍, ବାତ୍ୟାରେ ପରିଣତ ହେଲେ ତା’ର ପ୍ରଭାବ କେତେ ରହିବ, କେଉଁ ଆଡ଼କୁ ମୁହାଁଇବ ସେ ନେଇ ଆଇଏମ୍‌ଡି କୌଣସି ସୂଚନା ଦେଇନାହିଁ ।

ବିଭିନ୍ନ ସଂସ୍ଥା ମଧ୍ୟ ବାତ୍ୟା ହେବା ନେଇ ଆକଳନ କରୁଛନ୍ତି। ୟୁଏସ୍ ନେଭିର ଜଏଣ୍ଟ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସେଣ୍ଟରର ଆକଳନ କହୁଛି, ଆସନ୍ତା ୯୬ ଘଣ୍ଟା ଅର୍ଥାତ ନଭେମ୍ବର ୮ ସୁଦ୍ଧା ଲଘୁଚାପ, ବାତ୍ୟାର ରୂପ ନେବ ସେହିଭଳି ।

ଆମେରିକାର ଗ୍ଲୋବାଲ୍ ଫର୍କାଷ୍ଟ ସିଷ୍ଚମ୍ ଏବଂ ୟୁରୋପିୟନ୍ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦର ଫୋରକାଷ୍ଟ ମଧ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି। ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍‌ର ମଡେଲ୍ ବି ବାତ୍ୟା ହେବାକଥା ସୂଚାଉଛି। ତେବେ ୟୁରୋପିୟନ୍ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦର ଫୋରକାଷ୍ଟ ଓ ଇନ୍କୋଏସର ମଡେଲ୍ ଦର୍ଶାଉଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓ଼ଡ଼ିଶା ଉପରେ ପଡ଼ିବ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ମତ ବର୍ତ୍ତମାନର ପାଗ ବାତ୍ୟା ସୃଷ୍ଟି କରିବାରେ ସହାୟକ ହେବ।

ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ସବୁବେଳ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।  ଭୟଭୀତ ହେବାର କାରଣ ନାହିଁ। ଚଳିତ ବର୍ଷ ମେ ମାସରେ ବାତ୍ୟା ଫୋନି ମାଡ଼ ପରେ ଅଣ୍ଟାସଳଖି ଛିଡା ହୋଇପାରିନାହାନ୍ତି ରାଜ୍ୟବାସୀ। ଏଭଳି ସ୍ଥିତିରେ ଆଉ ଏକ ବାତ୍ୟାର ପଦଧ୍ୱନୀ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story