ଥିଲାବାଲାଙ୍କୁ ‘ଫୋନି’ ସହାୟତା, ନଥିଲାବାଲା ଜଳକା!

ପୁରୀ(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯିବାକୁ ୬ ମାସରୁ ଅଧିକ ସମୟ ବିତିଲାଣି। ହେଲେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁନି। ମାତ୍ର ଥିଲାବାଲାଙ୍କୁ ‘ଫୋନି’ ସହାୟତା ମିଳିଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ପୁରୀ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ବାତ୍ୟା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପୁରୀ ଜିଲ୍ଲା ବେଲେଶ୍ୱରପାଟଣା ଗାଁ। ଏହି ଗାଁ ପାର୍ଶ୍ୱରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ। ଏହିଠାରେ ବାତ୍ୟା ‘ଫୋନି’ ଲ୍ୟାଣ୍ଡଫଲ୍‌ କରିଥିଲା। ଛାରଖାର ହୋଇଯାଇଥିଲା ସମଗ୍ର ଗାଁ। ଭାଙ୍ଗିଯାଇଥିଲା […]

foni

Manoranjan Sial
  • Published: Friday, 15 November 2019
  • , Updated: 15 November 2019, 08:21 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯିବାକୁ ୬ ମାସରୁ ଅଧିକ ସମୟ ବିତିଲାଣି। ହେଲେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁନି। ମାତ୍ର ଥିଲାବାଲାଙ୍କୁ ‘ଫୋନି’ ସହାୟତା ମିଳିଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ପୁରୀ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ବାତ୍ୟା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ପୁରୀ ଜିଲ୍ଲା ବେଲେଶ୍ୱରପାଟଣା ଗାଁ। ଏହି ଗାଁ ପାର୍ଶ୍ୱରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ। ଏହିଠାରେ ବାତ୍ୟା ‘ଫୋନି’ ଲ୍ୟାଣ୍ଡଫଲ୍‌ କରିଥିଲା। ଛାରଖାର ହୋଇଯାଇଥିଲା ସମଗ୍ର ଗାଁ। ଭାଙ୍ଗିଯାଇଥିଲା ଘରଦ୍ୱାର। ହେଲେ ଏପର୍ଯ୍ୟନ୍ତ ସଳଖି ପାରି ନାହାନ୍ତି ଗାଁ ଲୋକେ। ଏବେବି ଉକ୍ତ ଗାଁର ରେବୀ ପ୍ରଧାନ ୩ ପିଲାଙ୍କୁ ଧରି ଦୁଃଖକଷ୍ଟରେ ଭଙ୍ଗା ଘରେ ଜୀବନ କାଟୁଛନ୍ତି। ବାତ୍ୟା ପରେ ସରକାରୀ ବାବୁମାନେ ଆସିଲେ। ସର୍ଭେ କରି ଚାଲିଗଲେ। ହେଲେ ଘର ବାବଦକୁ କିଛି ଦେଲେନି।

ସେହି ଗାଁର ସୁମନ୍ତ ପ୍ରଧାନଙ୍କର ମଧ୍ୟ ସମାନ ସମସ୍ୟା। ବାପା ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଅନ୍ତତଃ ଘର ମିଳିବାରେ ଅସୁବିଧା ହେବନି ବୋଲି ସେ ଭାବିଥିଲେ। ହେଲେ ତାଙ୍କ ନା ତାଲିକାକୁ ଉଠିଲାନି। ଏବେ ଯାଏ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ସୁମନ୍ତଙ୍କ ପୂରା ପରିବାର।

ଖାଲି ଘର ନୁହଁ ଅଭିଯୋଗ ହେଉଛି, ନଡ଼ିଆ ଗଛ କ୍ଷତି ବାବଦକୁ ଟଙ୍କାଟିଏ ମଧ୍ୟ ମିଳିନି ଚାଷୀଙ୍କୁ। ପ୍ରାୟ ଗାଁର ସବୁ କ୍ଷତିଗ୍ରସ୍ତଙ୍କର ସମାନ ଅବସ୍ଥା। ଅଭିଯୋଗ ହେଉଛି ରାଜନୈତିକ ଆକ୍ରୋଶ ଓ ଲାଞ୍ଚ କାରଣରୁ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁନି। ତେବେ ଖୋଦ୍ ବିଧାୟକ ମଧ୍ୟ ଏଭଳି ଅଭିଯୋଗକୁ ସ୍ୱୀକାର କରିଛନ୍ତି।

ସେପଟେ ବିଧାନସଭାରେ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ‘ଫୋନି’ କ୍ଷୟକ୍ଷତି ବାବଦକୁ ରାଜ୍ୟ ସରକାର କେନ୍ଦ୍ରଠୁ ୩ ହଜାର ୧୧୪ କୋଟି ୪୬ ଲକ୍ଷ ଟଙ୍କା ପାଇଛନ୍ତି। ସହାୟତା ବାବଦକୁ ପ୍ରଦାନ କରିଛନ୍ତି ୩ ହଜାର ୧୧୯ କୋଟି ୨୧ ଲକ୍ଷ ଟଙ୍କା। ଅର୍ଥାତ ରାଜ୍ୟ ରାଜକୋଷରୁ ‘ଫୋନି’ ସହାୟତା ବାବଦକୁ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୪ କୋଟି ୭୫ ଲକ୍ଷ ଟଙ୍କା।

Related story