‘ଫୋନି’ ଓଡ଼ିଶା ମୁହାଁ; ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି ଓଡ଼ିଶା ଛୁଇଁପାରେ। ଏନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏମ୍‌ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ଫୋନି’ ଏବେ ଚେନ୍ନାଇଠାରୁ ୮୪୦ କି.ମି ଦୂରରେ ରହିଛି। ମେ’ ୧ ତାରିଖରୁ ଉତ୍ତର ପୂର୍ବ ଦିଗକୁ ଗତି କରି ଓଡ଼ିଶା ମୁହାଁ ହେବ। ଆସନ୍ତାକାଲି ଫୋନି ଅତି ପ୍ରବଳ ବାତ୍ୟାରେ ପରିଣତ ହେବ। ଫୋନି ସ୍ଥଳଭାଗ ଛୁଇଁଲା ବେଳକୁ ପବନର […]

fani

fani

Jyoshna Pradhan
  • Published: Monday, 29 April 2019
  • Updated: 29 April 2019, 05:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି ଓଡ଼ିଶା ଛୁଇଁପାରେ। ଏନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଇଏମ୍‌ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ଫୋନି’ ଏବେ ଚେନ୍ନାଇଠାରୁ ୮୪୦ କି.ମି ଦୂରରେ ରହିଛି। ମେ’ ୧ ତାରିଖରୁ ଉତ୍ତର ପୂର୍ବ ଦିଗକୁ ଗତି କରି ଓଡ଼ିଶା ମୁହାଁ ହେବ। ଆସନ୍ତାକାଲି ଫୋନି ଅତି ପ୍ରବଳ ବାତ୍ୟାରେ ପରିଣତ ହେବ। ଫୋନି ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ଛୁଇଁପାରେ। ତେବେ ଏହା କେତେବେଳେ ଓ କେଉଁଠାରେ ଲ୍ୟାଣ୍ଡଫଲ୍ କରିବ, ତାହା ପରେ ଜଣାପଡ଼ିବ।”

ସେ କହିଛନ୍ତି,“ ଫୋନି ଯୋଗୁ ମେ’ ୨ ତାରିଖରୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ୬୦ କି.ମି ବେଗରେ ପବନ ବହିପାରେ। ୩ ତାରିଖରୁ ପବନର ବେଗ ଆହୁରି ବଢ଼ିବ ଓ ବର୍ଷା ହେବ। ୨ ତାରିଖରୁ ଓଡ଼ିଶାରେ ବର୍ଷା ହେବ। ତେବେ ୩ରୁ ପ୍ରବଳ ବର୍ଷା ହେବ।”

ଏହା ସହିତ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୧ ତାରିଖ ସୁଦ୍ଧା ଫେରିଆସିବାକୁ ସେ କହିଛନ୍ତି।

ଆଇଏମ୍‌ଡି ଠାରୁ ଏହି ସତର୍କ ସୂଚନା ପାଇବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ,“ ଓଡ଼ିଶାରେ ‘ଫୋନି’ ସ୍ଥଳଭାଗ ଛୁଇଁବନି, କେବଳ ଉପକୂଳ ଦେଇ ଅତିକ୍ରମ କରିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଏହାସହ ଘଣ୍ଟାକୁ ୫୦/୬୦କିମି ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ଓଡ୍ରାଫ୍‌ର ୨୦ଟି ଓ ଏନ୍‌ଡିଆର୍‌ଏଫ୍‌ର ୧୨ଟି ୟୁନିଟ୍‌ ମହଜୁଦ ଅଛନ୍ତି। ଫୋନିକୁ ନେଇ ଆମେ ସଂପୂର୍ଣ୍ଣ ସଜାଗ ରହିଛୁ।”

ସେହିପରି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,“ ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ। ଆମେ ଆଇଏମ୍‌ଡି ଓ ୟୁଏସ୍‌ନେଭିର ତଥ୍ୟକୁ ଜିଲ୍ଲାପାଳମାନଙ୍କୁ ଜଣାଉଛୁ। ‘ଫୋନି’ ପ୍ରଭାବରେ ୨ ତାରିଖରୁ ଉପକୂଳ ଅଞ୍ଚଳରେ ବର୍ଷା ହେବ। ୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ନାହିଁ। ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି। ତା’ସହିତ ସବୁ ପ୍ରକାର ସ୍ଥିତିକୁ ସମ୍ଭାଳିବା ପାଇଁ ଏନ୍‌ଡିଆର୍‌ଏଫ୍‌ର ୧୨ଟି, ଓଡ୍ରାଫର ୨୦ଟି ଓ ୨୩୦ ଅଗ୍ନିଶମ ୟୁନିଟ୍‌ ପ୍ରସ୍ତୁତ ଅଛି।”

ବାତ୍ୟା ‘ଫୋନି’  ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁବା ଆଶଙ୍କାକୁ ଆଇଏମ୍‌ଡି ପକ୍ଷରୁ ଏଡ଼ାଇ ଦିଆଯାଇଛି।

ଫୋନି ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସମିଟ୍ ଆୟୋଜିତ ହୋଇଛି।  ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହାୟତାରେ ସମୁଦ୍ରକୁଳିଆ ଲୋକଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ସଚେତନ କରାଯିବ ଓ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅତ୍ୟାବଶ୍ୟକ ଔଷଧ, ଖାଦ୍ୟ ଓ ପାନୀୟ ଜଳର ବନ୍ଦୋବସ୍ତ ହେଉଛି। ନିରାପଦ ପକ୍କାଘର ଓ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି। ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ପ୍ରସ୍ତୁତ  ରହିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କ’ଣ କହିଛନ୍ତି, ଶୁଣନ୍ତୁ-

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos